ବାତ୍ୟା ମୁକାବିଲା ପାଇଁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ।

ଭୁବନେଶ୍ୱର(ରାଜ୍ୟକାହାଣୀ)  ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ଆସନ୍ତା ୨୩ ତାରିଖ ଏବଂ ୨୪ ତାରିଖ ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ପାରାଦୀପ ଏବଂ ବାଲେଶ୍ଵର ମଧ୍ୟରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।  ବାତ୍ୟାର ଗତିପଥ ନେଇ ଆକଳନ କରିଛନ୍ତି ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ।  ଆମେରିକୀୟ GFS ମଡେଲ ଅନୁସାରେ ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମୁହାଁଇବ । ପଶ୍ଚିମବଙ୍ଗ ସୁନ୍ଦରବନ ଅଞ୍ଚଳର ହଳଦୀବାରୀ ଅଞ୍ଚଳରେ ହିଟ କରିବ। ସେହିପରି ୟୁରୋପୀୟ ECMWFର ଆକଳନ ଅନୁସାରେ ବାତ୍ୟା ଓଡ଼ିଶା ଉପକୂଳରେ ମାଡ ହେବାର ସମ୍ଭାବନା ରହିଛି । ସେପଟେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକୁ ଗସ୍ତ କରିବେ ବରିଷ୍ଠ ଆଇଏସ୍‌ ଅଧିକାରୀ । କେଉଁ ଜିଲ୍ଲାକୁ କେତେ NDRAF ଓ ODRAF ଟିମ୍‌ ଯିବେ ସେ ନେଇ ଚାଲିଛି ଆଲୋଚନା । ତେବେ ଉପକୂଳ ଓଡ଼ିଶା ଯଥା ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତିରେ ଅଧିକ NDRAF, ODRAF ଓ ଅଗ୍ନିଶମ ବାହିନୀ ମୁତୟନ କରିବାକୁ ଯୋଜନା ରହିଛି । ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲା ଅଭିମୁଖେ ବାହାରିବେ ଟିମ୍‌ । 

Leave A Reply

Your email address will not be published.

five × 1 =