ସାମ୍ଭାବ୍ୟ  ବାତ୍ୟା ‘ଦାନା’କୁ ନେଇ ସମସ୍ତ  ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ 

ଭୁବନେଶ୍ୱର(ରାଜ୍ୟକାହାଣୀ)ସାମ୍ଭାବ୍ୟ  ବାତ୍ୟା ‘ଦାନା’କୁ ନେଇ ସମସ୍ତ  ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ତେବେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଚନ୍ତି। ଲୋକେ ଅଯଥାରେ ଭୟଭୀତ ହୁଅନ୍ତୁ ନାହିଁ।ଅନ୍ୟପକ୍ଷେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବଢି଼ବା ଆଶଙ୍କା ଥିବାରୁ ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସରକାର କହିଛନ୍ତି, ବିଦ୍ୟାଳୟଗୁଡ଼ିକ ଛୁଟି ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ‌ନେବେ।ଏସ୍‌ଆରସି କହଛନ୍ତି, ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି। ସାଧାରଣ ଜନତା ଆଦୌ ଭୟଭୀତ ହେବାର ନାହିଁ। ଲୋକଙ୍କର ସୁରକ୍ଷା ପାଇଁ ପ୍ରଶାସନ ସତର୍କ ରହିଛି। ଜିରୋ କାଜୁଆଲଟି ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଜନସାଧାରଣ ପ୍ରଶାସନକୁ ସହଯୋଗ କରନ୍ତୁ। ଆମେ ଭାରତ ସରକାରଙ୍କ ସହ ଯୋଗାଯୋଗରେ ଅଛୁ। ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାରଙ୍କୁ ସହାୟତା ମାଗିବୁ। 

Leave A Reply

Your email address will not be published.

eight − two =