ଭୁବନେଶ୍ୱର(ରାଜ୍ୟକାହାଣୀ) ଆଜି ବରମୁଣ୍ଡାସ୍ଥିତ ଏକ ସରକାରୀ ମଦ ଦୋକାନରୁ ନକଲି ମଦ ଜବତ ପରେ ସେଗୁଡ଼ିକୁ ନଷ୍ଟ କରାଯାଇଛି । ଜେସିବି ଅଣାଯାଇ ଉକ୍ତ ମଦଗୁଡ଼ିକୁ ନଷ୍ଟ କରାଯାଇଛି । ସରକାରୀ ମଦ ଦୋକାନରେ ନକଲି ମଦ ମିଳିଛି । ସେ ପୁଣି ରାଜଧାନୀ ଭୁବନେଶ୍ୱରରେ । ବରମୁଣ୍ଡାସ୍ଥିତ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ବିପୁଳ ପରିମାଣର ନକଲି ମଦ ଜବତ କରାଯାଇଛି । ଅବକାରୀ ଟିମ ଚଢ଼ଉ କରି ନକଲି ମଦ ଜବତ କରିଛି । ତେବେ ଏକ ବିଚିତ୍ର ଚିତ୍ର ସଭ୍ୟ ସମାଜକୁ ଚକିତ କରିଥିଲା। ଏତେ ମଦ ମୋତଲ ନଷ୍ଟ ଦେଖି ଜଣେ ମଦୁଆ କହୁଛି , ମୋତେ ଗୋଟିଏ ବୋତଲ ଦିଅ…। ନିଶାରେ ଝୁମୁଥିବା ମଦୁଆ ଜଣକ ଖାଲି ମାଗିଲେ ନାହିଁ, ବରଂ ଭିଡ଼ ଭିତରୁ ମଦ ବୋତଲ ନେବା ପାଇଁ ଉଦ୍ୟମ କରୁଥିଲେ।ତେବେ ଆଉ ଜଣେ ମଦୁଆ ଅତି ଭଦ୍ର ଓ ନମ୍ର ଭାବେ ଭିଡ଼ ଭିତରୁ ଆସି ମଦ ନେବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ କମିଶନର ତାକୁ ଅଟକାଇ ଜୀବନ ମରଣର ପାଠ ପଢ଼ାଇଲେ। ଆଉ ସ୍ଥାନୀୟ ଲୋକଙ୍କ ହୋହଲ୍ଲା ଯୋଗୁ ହେଲ୍ମେଟ୍ ପିନ୍ଧିଥିବା ମଦୁଆ ଜଣକ ଦୁଃଖରେ ଫେରି ଯାଇଥିଲେ।