ଘର ଭାଙ୍ଗି ଖାଇଗଲେ ଧାନ ସହ ୧୦ ହଜାର ଟଙ୍କା

ଭୁବନେଶ୍ୱର(ରାଜ୍ୟକାହାଣୀ) କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ଜନବସତି ମୁହାଁ ହେଉଛନ୍ତି ହାତୀପଲ। କିନ୍ତୁ ତେଲକୋଇ ଫରେଷ୍ଟ ବିଟ୍‌ ବେଣା ଗାଁରେ ୫ଟିକିଆ ହାତୀପଲଙ୍କ ଉପଦ୍ରବ କରିଛନ୍ତି  । ଦୁଇଟି ଘର ଭାଙ୍ଗି ଧାନ ଚାଉଳ ଖାଇବା ସହ ୧୦ ହଜାର ଟଙ୍କା ମଧ୍ୟ ଖାଇଦେଲେ ହାତୀପଲ । ଘଟଣାରୁ ଜଣା ପଡ଼ିଛି ଯେ ଗତ ରାତି ପ୍ରାୟ ୧୧ ଟାରେ ଏକ ୫ଟିକିଆ ହାତୀପଲ ଖାଦ୍ୟ ଅନ୍ୱେଷଣ ରେ ବେଣା ଗାଁ ମୁଣ୍ଡା ସାହି ରେ ପଶି ପ୍ରଥମେ ଉକ୍ତ ଗାଁର ରବିନ୍ଦ୍ର ପାତ୍ରଙ୍କ ବାଇଗଣ ବାଡିକୁ ଦଳି ମକଚି ନଷ୍ଟ କରିଥିଲେ। ଏହାପରେ ରବୀନ୍ଦ୍ର ପାତ୍ର ଙ୍କ ଘର ଭାଙ୍ଗି ଧାନ ବସ୍ତା ଘର ବାହାରକୁ ଟେକିନେଇ ଖାଇଦେଇଥିଲେ। ରବୀନ୍ଦ୍ର ଯେଉଁ ଧାନ ବସ୍ତା(ଡୁଲୀ )ଭିତରେ ୧୦ ହଜାର ଟଙ୍କା ରଖିଥିଲେ, ସେହି ଧାନ ବସ୍ତା କୁ ହାତୀପଲ ଘରୁ ଟେକି ନେଇ ଖାଇଦେଇଥିଲେ। ବସ୍ତା ଭିତରେ ଥିବା ଧାନ ସହିତ ୧୦ ହଜାର ଟଙ୍କା ଖାଇଦେଇଥିବା ମଧ୍ୟ ରବୀନ୍ଦ୍ରଙ୍କ ସ୍ତ୍ରୀ’ କଂସଲା ପାତ୍ର ଅଭିଯୋଗ କରି ଦୁଃଖ ପ୍ରକାଶ କରିଛନ୍ତି।ସେପଟେ ହାତୀ ପଲ ଘର ପଶିବା ବେଳେ ଜୀବନ ବଞ୍ଚାଇ ପଳାଇଥିଲେ ପରିବାର ଲୋକ । ଏହାପରେ ବାବୁରାମ ମୁଣ୍ଡାଙ୍କ ଘର ଭାଙ୍ଗିବା ସହ ଅନେକ ସାମଗ୍ରୀ ଦଳିଚକଟି ନଷ୍ଟ କରିଦେଇଛନ୍ତି । ପୀଡିତ ପରିବାରକୁ ବନବିଭାଗ ପକ୍ଷରୁ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.

16 + 10 =