ବୃଦ୍ଧଙ୍କୁ ଝାମ୍ପିନେଲା କୁମ୍ଭୀର, ମିଳୁନି ପତ୍ତା

ଭୁବନେଶ୍ୱର(ରାଜ୍ୟକାହାଣୀ) କେନ୍ଦ୍ରାପଡା ଆଳିରେ ମଇଁଷି ସହ ଯୋର୍‌ ପାର୍‌ ହେବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ଦିନିଆରି ଗାଁ ନିକଟ ଯୋରରେ ସୋମବାର ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଛି ବୋଲି ଖବର ମିଳିଛି ।ବୃଦ୍ଧଙ୍କ ଘର ଇଚ୍ଛାପୁରରେ ହୋଇଥିବାବେଳେ ଗ୍ରାମବାସୀ ଏବେ ଯୋରରେ ତାଙ୍କୁ ଖୋଜାଖୋଜି କରୁଛନ୍ତି ।ଅଗ୍ନିଶମ କର୍ମଚାରୀ  ମଇଁଷି ଚରାଳୀ ଆଜାମ୍ବରଙ୍କୁ ନଦୀରେ ଖୋଜାଖୋଜି କରାଯାଉଥିଲେ ବି ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳି ପାରିନାହିଁ। ତେବେ ଆଳି ଥାନା ଅଞ୍ଚଳରେ ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ଅକାଳେ ନିରୀହ ଲୋକଙ୍କ ପ୍ରାଣହାନୀ ଘଟୁଛି। ଏହାପରେ ବି ବନ ବିଭାଗ ଚେତୁ ନ ଥିବା ବେଳେ ବିହିତ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଉଛି।

Leave A Reply

Your email address will not be published.

1 × 5 =