ବରମୁଣ୍ଡା ବସଷ୍ଟାଣ୍ଡ ସରକାରୀ ଦୋକାନରୁ ନକଲି ମଦ ବୋତଲ ଜବତ

ଭୁବନେଶ୍ୱର(ରାଜ୍ୟକାହାଣୀ)  ବରମୁଣ୍ଡା ବସଷ୍ଟାଣ୍ଡ ନିକଟ ଏକ ମଦ ଦୋକାନରେ ଅତର୍କିତ ଚଢଉ କରି ନକଲି ମଦ ବୋତଲ ଠାବ କରିଛି ଅବକାରୀ ବିଭାଗ। ଏଠାରେ ଅସଲି ବ୍ରାଣ୍ଡରେ ନକଲି ମଦ ବିକ୍ରି ହେଉଥିବା ଅଭିଯୋଗ ହେବା ପରେ ଟିମ୍ ଚଢଉ କରିଛି ।ସୂଚନା ଅନୁସାରେ ବିଦେଶୀ ବ୍ରାଣ୍ଡର ମଦ ପିଇବା ପରେ ଗ୍ରାହକ ଫିଙ୍ଗି ଦେଉଥିବା ବୋତଲ ଆଣି ସେଥିରେ ମଦରେ ପାଣି ମିଶାଇ ସିଲ୍‌‌ କରାଯାଉଥିଲା। ଯାହାକୁ ଅନ୍ୟ ଗ୍ରାହକମାନେ କିଣି ନେଉଥିଲେ। କିନ୍ତୁ କେହି ଏପର୍ଯ୍ୟନ୍ତ ଜାଣି ପାରୁନଥିଲେ |କୌଣସି ସୂତ୍ରରୁ ଖବର ପାଇବା ପରେ ବରମୁଣ୍ଡା ବସଷ୍ଟାଣ୍ଡ ନିକଟ  ବିଦେଶୀ ମଦ ଦୋକାନରେ ଚଢଉ କରିଛନ୍ତି ଅବକାରୀ ବିଭାଗ ଟିମ୍ । ଏହା ପୁଣି ସରକାରୀ ଲାଇସେନ୍ସ ପ୍ରାପ୍ତ ଅଟେ |

Leave A Reply

Your email address will not be published.

13 − 9 =