ନାବାଳକକୁ ବଳି ସନ୍ଦେହ ପାହାଡ ଉପରୁ ମୃତଦେହ ଠାବ

ଭୁବନେଶ୍ୱର(ରାଜ୍ୟକାହାଣୀ)ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଜଳପାକେର ଗାଁର ଏକ ପାହାଡ଼ ଉପରୁ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ବଳି ପାଇଁ ନାବାଳକଙ୍କୁ ହତ୍ୟା କରାଯାଇଥିବା ମୃତ ନାବାଳକଙ୍କ ବାପା ଓ ପରିବାର ଲୋକ ଅଭିଯୋଗ କରିଛନ୍ତି । ଗତକାଲି ସନ୍ଧ୍ୟା ଠାରୁ ନାବାଳକ ଜଣଙ୍କ ନିଖୋଜ ଥିବାବେଳେ ସନ୍ଧାନ ପାଇନଥିଲେ ଘରଲୋକ । ବହୁ ଖୋଜାଖୋଜି ପରେ ଆଜି ସକାଳେ ନାବାଳକର ମୃତଦେହ ଝାଲିଆଲିଟି ଡଙ୍ଗରରୁ ମିଳିଛି । ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମୃତ ନାବାଳକଙ୍କ ଘର ଜଳପାକେଲ ଗାଁରେ ବୋଲି ଜଣାପଡିଛି। ନାବାଳକ ସୋମନାଥ ପଞ୍ଚମ ଶ୍ରେଣୀର ଛାତ୍ର ହୋଇଥିବାର ସୂଚନା ରହିଛି । ତେବେ ସଂକ୍ରାନ୍ତିରେ ପୁଅକୁ ବଳି ଦିଆଯାଇଥିବା ମୃତ ନାବାଳକଙ୍କ ବାପା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଡଗ୍ ସ୍କ୍ବାଡ୍ ସହ ସାଇଣ୍ଟିଫିକ ଟିମ୍ ପହଞ୍ଚି ଛାନଭିନ କରିଛି । ନାବାଳକ ଛାତିରେ ରକ୍ତ ବାହାରୁଥିବା ଜଣାପଡିଛି ।

ସେପଟେ ଏହି ସ୍ଥାନରେ ୯ ବର୍ଷ ପୂର୍ବରୁ ମଧ୍ୟ ଜଣେ ଶିଶୁକୁ ବଳି ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୁକ୍ତକୁ ଧରିବା ସହ ମୃତ ଶିଶୁର ପରିବାର ଲୋକଙ୍କୁ ନ୍ୟାୟ ଦେବା ଦାବିରେ ଲାଠୋର ଖପ୍ରାଖୋଲ ରାସ୍ତା ଅବରୋଧ କରଥିଲେ ଗ୍ରାମବାସୀ ।

Leave A Reply

Your email address will not be published.

15 + 8 =