ଗାଁ ମଶାଣିରୁ ଖୋଳା ହେଲା ଶବ | କଫିନରୁ ବାହାରିଲା ମୃତଦେହ |

ଭୁବନେଶ୍ୱର(ରାଜ୍ୟକାହାଣୀ)ଅଙ୍ଗ ଚୋରି ଅଭିଯୋଗରେ ମଶାଣୀରୁ କବର ଖୋଳିଲା ପୁଲିସ। ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ଟିକରବାଜୁ ଗାଁରେ ଦେଖିବାକୁ ମିଳିଛି।କଟକ ସଦର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ବୁଧବାର ଗାଁର ବାବୁଲା ଦିଗାଲଙ୍କ ମୃତ୍ୟୁ ଘଟିଥିଲା l ଗ୍ରାମବାସୀ ଶବକୁ ଆଣି ଗାଁ ମଶାଣିରେ କବର ଦେଇଥିଲେ l ଅଭିଯୋଗ ଅନୁଯାୟୀ, ଟିକରବାଜୁ ଗାଁର ବାବୁଲା ଦିଗାଳ ପୁଅ ଓ ସ୍ତ୍ରୀଙ୍କୁ ନେଇ ବାଇକ ଯୋଗେ ଯାଉଥିବା ସମୟରେ ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ପରିବାର ଲୋକେ ପ୍ରଥମେ ତାଙ୍କୁ ତୁମୁଡିବନ୍ଧ ହସ୍ପିଟାଲ ଆଉ ତା’ପରେ ବାଲିଗୁଡା, ଫୁଲବାଣୀ ଓ ବ୍ରହ୍ମପୁର ଏମକେସିଜି ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ କୌଣସି କାରଣବଶତଃ ସେଠାରେ ଚିକିତ୍ସା ହୋଇପାରି ନ ଥିଲା। ଆଉ ଶେଷରେ ସ୍ଥାନୀୟ ଆମ୍ବୁଲାନ୍ସ ଡ୍ରାଇଭରଙ୍କ କଥାରେ ପଡ଼ି ପରିବାର ଲୋକେ କଟକ ରୁଦ୍ର ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ୧ ଲକ୍ଷ ୧୦ ହଜାର ଟଙ୍କା ଜମା କରିବା ପରେ ହିଁ ଚିକିତ୍ସା କରାଯିବ ବୋଲି କହିଥିଲେ ଓ ଅପରେସନ କରିଥିଲେ ।

ତେବେ ମେଡିକାଲ କର୍ତ୍ତୃପକ୍ଷ ଅପରେସନ ସଫଳ ହୋଇଥିବା କଥା ମେଡିକାଲ ପକ୍ଷରୁ କୁହାଯାଇଥିଲା । କିନ୍ତୁ ବାବୁଲା ଦିଗାଲଙ୍କ ମୃତ୍ୟୁ ଘଟିଥିଲା l ପରେ ପରିବାର ଲୋକେ ପେଟ ନିକଟରେ କଟା ହୋଇଥିବା ଦେଖି କିଡ଼ନୀ ଚୋରି ହୋଇଥିବା ସନ୍ଦେହ କରି ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ବାଲିଗୁଡା ଥାନା ପୋଲିସ ଏ ନେଇ ଏକ ମାମଲା ରୁଜୁ କରିଛି l ଥାନା ଅଧିକାରୀ ଟିକରପାଜୁ ଗାଁକୁ ଯାଇ ମାଜିଷ୍ଟ୍ରେଟ ହରେକୃଷ୍ଣ ରାଉତଙ୍କ ଉପସ୍ଥିତିରେ ମଶାଣିରୁ ଶବ ଖୋଳି ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡା ଉପଖଣ୍ଡ ମେଡିକାଲକୁ ପଠାଇ ତଦନ୍ତ ଜାରି ରଖିଛନ୍ତି l ତେବେ ଏନେଇ ରୁଦ୍ର ହସ୍ପିଟାଲ ମ୍ୟାନେଜର ସୁଶାନ୍ତ ବେହେରା ପତିକ୍ରିୟା ରଖି କହିଛନ୍ତି ଯେ, ସେଭଳି କୌଣସି ଅଙ୍ଗ ତସ୍କରୀ ହୋଇନାହିଁ। ଦୁର୍ଘଟଣାରେ ଚିକିତ୍ସିତ ବ୍ୟକ୍ତିଙ୍କ ମୁଣ୍ଡର ସ୍କଲ ନଷ୍ଟ ନ ହେବ ପାଇଁ ପେଟରେ ରଖା ଯାଇଥିଲା ଓ ମୃତୁ ପରେ ଶବ ବ୍ୟବଛେଦ ପାଇଁ ପରିବାର ଲୋକ ସହଯୋଗ ନ କରିବାରୁ ଆମେ ତାଙ୍କୁ ଘରକୁ ପଠାଇ ଦେଇଥିଲୁ। ଏଠାରେ କୌଣସି ଅଙ୍ଗ ତସ୍କରୀ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.

16 − 11 =