ଜାତୀୟ ଶିକ୍ଷା ନୀତି ପାଇଁ ଟାସ୍କ ଫୋର୍ସ ପୁନର୍ଗଠନ କରାଯାଇଛି

ଭୁବନେଶ୍ୱର(ରାଜ୍ୟକାହାଣୀ) ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆଜି ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ପୁର୍ନଗଠନ ସହ ୬ଟି ଥିମେଟିକ୍ ସବକମିଟି ଗଠନ କରାଯାଇଛି । ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁ ନେଇ ପରାମର୍ଶ ଦେବେ ଟାସ୍କ ଫୋର୍ସ। ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।ଏହି ଟାସ୍କଫୋର୍ସରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ, ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ,ଅର୍ଥ ବିଭାଗର ପ୍ରମୁଖ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ, ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ, କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ପ୍ରମୁଖ ସଚିବ, ଉଚ୍ଚଶିକ୍ଷା ବିଭାଗର ସଚିବ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଭୁବନେଶ୍ୱରସ୍ଥିତ ରିଜିଓନାଲ ଇନଷ୍ଟିଚ୍ୟୁଟ୍ ଅଫ ଏଜୁକେସନର ପ୍ରନ୍ସିପାଲଙ୍କୁ ଏକ୍ସଅଫିସୋ ସଦସ୍ୟ ଭାବେ ସାମିଲ କରାଯାଇଛି । ଟିଚର୍ସ ଏଜୁକେସନ ଆଣ୍ଡ ଏସସିଇଆରଟି ନିର୍ଦ୍ଦେଶକଙ୍କୁ ଏହି ଜାତୀୟ ଶିକ୍ଷା ନୀତି-୨୦୨୦ର ନୋଡାଲ ଅଫିସର ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କୁ ଆବାହକ ସଦସ୍ୟ ଭାବେ ସାମିଲ କରାଯାଇଛି ।ଏହି ଟାସ୍କଫୋର୍ସରେ ଏକ୍ସପର୍ଟ ସଦସ୍ୟ ଭାବେ ୟୁନିସେଫ, ସେଂଟ୍ରାଲ ସ୍କୋୟାର ଫାଉଣ୍ଡେସନ, ଅକ୍ଷର ଫାଉଣ୍ଡେସନ, ଲାଙ୍ଗୁଏଜ୍ ଲର୍ଣ୍ଣିଂ ଫାଉଣ୍ଡେସନ, ପ୍ରଥମର ପ୍ରତିନିଧିଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ମନୋନୀତ ସଦସ୍ୟ ମଧ୍ୟ ରହିବେ ।

ସେହିପରି ଜାତୀୟ ଶିକ୍ଷାନୀତି-୨୦୨୦ର ବିଭିନ୍ନ ଉପାଦାନକୁ ଅନୁଧ୍ୟାନ ପାଇଁ ୬ଟି ଥିମେଟିକ୍ ସବକମିଟି ମଧ୍ୟ ଗଠନ କରାଯାଇଛି । ଏହି ସବକମିଟିରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟର ମୁଖ୍ୟଙ୍କ ସମେତ ଶିକ୍ଷା କ୍ଷେତ୍ରର ବିଶେଷଜ୍ଞ ଓ ଶିକ୍ଷାବିତମାନଙ୍କୁ ସାମିଲ କରାଯାଇଛି ।

Leave A Reply

Your email address will not be published.

9 + 15 =