ସୁନ୍ଦରପଦାରେ ଫେକ କଲ ସେଣ୍ଟର ଠାବ ଘଟଣା କୁ ନେଇ କୋଲକାତା ଯିବ ପୋଲିସ।

ଭୁବନେଶ୍ୱର(ରାଜ୍ୟକାହାଣୀ) ଭୁବନେଶ୍ବର ସୁନ୍ଦରପଦାରେ ଫେକ୍ କଲ୍ ସେଣ୍ଟର ଠାବ ମାମଲାରେ କୋଲକାତା ଯିବ କମିଶନରେଟ୍ ପୁଲିସ୍। ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ ହୋଇଛି। ଅନୁମତି ମିଳିବା ପରେ କୋଲକାତାକୁ ସ୍ବତନ୍ତ୍ର ପୁଲିସ୍ ଟିମ୍ ପହଞ୍ଚି ତଦନ୍ତ କରିବ। ସାଇଣ୍ଟଫିକ ଓ ଟିକନିକାଲ ଅଫିସରଙ୍କୁ ନେଇ ସ୍ପେସିଆଲ ଟିମ ଗଠନ ହୋଇଛି । ସଫ୍ଟୱାର ଓ ଆଣ୍ଟିଭାଇରସ ଅପଲୋଡ଼ କରିବାକୁ କହି ଠକୁଥିବା ସୂଚନା ମିଳିଛି । ଏହି ଦଳରେ ଟେକ୍ନିକାଲ ପିଲା ସହ ଗ୍ରାଜୁଏଟ ପିଲା ମଧ୍ୟ ସାମିଲ ରହି କାମ କରୁଥିଲେ । ଜବତ ହୋଇଥିବା ସମସ୍ତ ସାମଗ୍ରୀକୁ ଫୋରେନିକ୍ସ ଲ୍ୟାବକୁ ପଠା ଯାଇଛି । ସୂଚନା ମୁତାବକ ୬ ଅଭିଯୁକ୍ତ ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱର ସୁନ୍ଦରପଦାର କାଞ୍ଚନ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାର ଏକ ଫ୍ଲାଟରେ ଫେକ୍ କଲ ସେଣ୍ଟର ଚଲାଇଥିଲେ।

Leave A Reply

Your email address will not be published.

thirteen − 10 =