ମାଛ ଧରି ଫେରିବା ବେଳେ ସମୁଦ୍ରରେ ବୁଡ଼ିଲା ଡଙ୍ଗା

ଭୁବନେଶ୍ୱର(ରାଜ୍ୟକାହାଣୀ)ମାଛ ଧରି ଫେରିବା ବେଳେ ସମୁଦ୍ରରେ ବୁଡ଼ିଲା ଡଙ୍ଗା ।ମାଛ ମାରିବାକୁ ଆଜି ସକାଳେ ଏକ ଡଙ୍ଗାରେ ୬ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଥିଲେ। ସେଠାରୁ ସେମାନେ ଇଲିସି ମାଛ ମାରି କୂଳକୁ ଫେରୁଥିଲେ। ମାତ୍ର ତାଳସାରୀ ବେଳାଭୂମି ଠାରୁ ପାଖାପାଖି ୩ କିମି ସମୁଦ୍ର ଭିତରେ ଥିବା ବେଳେ ଉଚ୍ଚ ଜୁଆର ଆସିବା ସହ ପାଖରେ ଯାଉଥିବା ଏକ ଡଙ୍ଗା ସହ ଧକ୍କା ହେବାରୁ ଡଙ୍ଗାଟି ଓଲଟି ପଡ଼ିଥିଲା। ହେଲେ ସୌଭାଗ୍ୟବଶଃତ ବର୍ତ୍ତିଗଲେ ୬ ମତ୍ସ୍ୟଜୀବୀ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିଲେ । ଏପରି ଏକ ଘଟଣା ଆଜି ବାଲେଶ୍ୱର ଜିଲ୍ଲଶ ଜଳେଶ୍ୱର ଥାନା ଅଧୀନ ତାଳସାରୀ ମୁହାଣ ନିକଟସ୍ଥ ବଙ୍ଗପୋସାଗରେ ଘଟିଛି |ମସ୍ୟଜୀବିଙ୍କ ଅଧିକ କିଛି କ୍ଷତି ହୋଇନଥିବାବେଳେ , ସୁସ୍ଥ ଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.

4 × 4 =