ବିବାଦରେ ଛନ୍ଦିହେଲେ ବରଗଡ଼ ଧନୁଯାତ୍ରାର କଂସ

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା କଳାକାର ହୃଷିକେଶ ଭୋଇ ଙ୍କ ନାମରେ ସାଂଘାତିକ ଅଭିଯୋଗ । ପେଶାରେ ମହାପ୍ରୟାଣ ଗାଡି ଡ୍ରାଇଭର ଭାବେ କାମ କରୁଥିବା ହୃଷିକେଶଙ୍କ ବିରୋଧରେ ବରଗଡ଼ ସିଡିଏମଓ ନିରୁପମ ଷଡ଼ଙ୍ଗୀଙ୍କ ଦ୍ବାରା ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ଅଭିନେତା ଅନ୍ୟତ୍ର କେଉଁଠି ମଧ୍ୟ କଂସ ଅଭିନୟ କରି ପାରିବେ ନାହିଁ ବୋଲି କଟକଣା ଥିବାବେଳେ କିଛିବର୍ଷ ତଳେ ଧର୍ମଶାଳା ମହୋତ୍ସବରେ କଂସ ଅଭିନୟ କରି ହୃଷୀକେଶ ବିବାଦ ଘେରକୁ ଆସିଥଲେ। ମାତ୍ର ସେତେବେଳେ କ୍ଷମା ପ୍ରାର୍ଥନା କରିବାରୁ ଧନୁଯାତ୍ରା ମହୋତ୍ସବ ସମିତି ପୁଣି ତାଙ୍କୁ କଂସ ଅଭିନୟର ସୁଯୋଗ ଦେଇଥିଲା। କିନ୍ତୁ ଏଥର ଅଭିନୟ ନୁହେଁ, ତାଙ୍କ ପେସାକୁ ନେଇ ସେ ବିବାଦୀୟ ହୋଇ ପଡ଼ିଛନ୍ତି।ଜିଲା ମୁଖ୍ୟ ଚିକିତ୍ସାଳୟରେ ଡ୍ରାଇଭର ଭାବେ କାର୍ଯ୍ୟରତ ହୃଷୀକେଶ ଜିଲା ମଧ୍ୟରେ ମହାପ୍ରୟାଣ ଗାଡ଼ିରେ ମୃତଦେହ ନେବା ସମ୍ପୂର୍ଣ୍ଣ ମାଗଣା ଥିବାବେଳେ ସେ ଜଣେ ମୃତକଙ୍କଠାରୁ ୩ହଜାର ଟଙ୍କା ନେଇ ନିଜ ପେସାରେ କଳାଦାଗ ବୋଳି ବିବାଦ ଘେରକୁ ଆସିଛନ୍ତି। ଅଭିଯୋଗ ପାଇବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ଏହାର ତଦନ୍ତ କରୁଛି।

Leave A Reply

Your email address will not be published.

19 − 4 =