ବରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ

ଭୁବନେଶ୍ୱର(ରାଜ୍ୟକାହାଣୀ)   ବରଗଡରେ ସ୍କ୍ରବ ଟାଇଫସ୍‌ ରୋଗ ବ୍ୟାପୁଛି। ସୋମବାର ସୁଦ୍ଧା ଜିଲାରେ ୩ଜଣ ସେଥିରେ ଆକ୍ରାନ୍ତ ମୃତ୍ୟୁ ହୋଇଛି |ସୂଚନା ଥାଉକି, ଦୀର୍ଘ ଦିନ ପରେ ପୁଣି ଫେରିଛି ସ୍କ୍ରବ ଟାଇଫସ । ବରଗଡ଼ରେ ତିନି ଦିନରେ ଗଲାଣି ତିନି ଜଣଙ୍କ ଜୀବନ । ଫଳରେ ଏହାକୁ ନେଇ ଏବେ ଜିଲ୍ଲାରେ ଭୟର ବାତାବରଣ ଛାଇ ରହିଛି । ଏମାନେ ତିନିଜଣ ଯାକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏବେ ମଧ୍ୟ ଆଉ ୧୨ ଜଣ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଜାନୁୟାରୀ ୨୦୨୩ ରୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ୪୧୯ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ୧୦ ଜଣଙ୍କ ପଜେଟିଭ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.

fifteen + seven =