ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ବଡ ଅଭିଯୋଗ ଆଣିଲେ ଲତିକା

ଭୁବନେଶ୍ୱର(ରାଜ୍ୟକାହାଣୀ)କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ସେ ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଛନ୍ତି । ଲତିକା ପ୍ରଧାନ କହିଛନ୍ତି ଯେ ରଞ୍ଜିତା ବିଭୀଷଣ ସାଜି ଦଳୀୟ ପ୍ରାର୍ଥୀଙ୍କୁ ହରାଇଛନ୍ତି । ରଞ୍ଜିତା ବିଜେପି ସହ ହାତ ମିଶାଇ ଦଳ ବିରୋଧୀ କାର୍ଯ୍ୟକରୁଛନ୍ତି ବୋଲି ଲତିକା ପ୍ରଧାନ କହିଛନ୍ତି ।ଏଭଳି ଜଣେ ପ୍ରାର୍ଥୀଙ୍କ ପାଇଁ ଆମ ହାତରୁ ଆସିକା ସିଟ ଚାଲିଗଲା। ବିଭୀଷଣ ସାଜି ଦଳବିରୋଧୀ କାମ କରିଥିବା ପ୍ରମାଣ ରହିଛି। ସମସ୍ତ ପ୍ରମାଣ ସହ ଏନେଇ ମୁଁ ଦଳର ସଭାପତିଙ୍କୁ ଜଣାଇଛି ବୋଲି ଲତିକା କହିଛନ୍ତି।ଅନ୍ୟପଟେ ଲତିକା ପ୍ରଧାନଙ୍କ ଆରୋପ ନେଇ ରଂଜିତା ସାହୁଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ସେଭଳି କିଛି ନାହିଁ। ଦଳ ଭିତର କଥା, ସୁପ୍ରିମୋଙ୍କୁ ଜଣାଇବୁ। ଭାଜପା ସହ ମିଶିଥିବା ଆରୋପକୁ ଖଣ୍ଡନ କରିଛନ୍ତି ରଂଜିତା। ମୁଁ ବିଜେଡି ସଦସ୍ୟ, ବିଜେଡିର ପ୍ରାର୍ଥୀ ଥିଲି।

Leave A Reply

Your email address will not be published.

1 × three =