ଆସୁଛି ଆଉ ଏକ ଲଘୁଚାପ 

ଭୁବନେଶ୍ୱର(ରାଜ୍ୟକାହାଣୀ)ଭାରତରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ବିଦାୟ ନେଇଛି। ଉତ୍ତର ପଶ୍ଚିମ ଭାଗରୁ ୧୭ ତାରିଖ ବଦଳରେ ୨୩ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଅପସାରଣ ପ୍ରକ୍ରିୟା ମଙ୍ଗଳବାର ଓଡ଼ିଶାରୁ ସମ୍ପୂର୍ଣ୍ଣ ହୋଇଛି। । ଏହି ପ୍ରକ୍ରିୟା ଅକ୍ଟୋବର ୧୩ରେ ଆରମ୍ଭ ହୋଇଥିବାବେଳେ ସ୍ବାଭାବିକ ତାରିଖର ୪ ଦିନପୂର୍ବରୁ ମୌସୁମୀ ଚାଲିଯାଇଛି। ରାଜ୍ୟକୁ ପୁଣି ଏକ ଲଘୁଚାପ ଆସୁଛି । ବଙ୍ଗୋପସାଗରରେ ହେବାକୁ ଥିବା ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରୁଛନ୍ତି । 

ତେବେ ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ବାତ୍ୟାରେ ପରିଣତ ହୋଇପାରେ ବୋଲି ଜିଏଫଏସ୍‌ ମଡେଲ ଦର୍ଶାଇଛି । ବଡ଼ ନହେଲେ ବି ଛୋଟ ଧରଣର ବାତ୍ୟା ହେବ ବୋଲି ମଡେଲରେ ଆକଳନ କରାଯାଇଛି। ଜିଏଫଏସ୍‌ ମଡେଲର ଆକଳନ ଅନୁସାରେ, ସମୁଦ୍ରରେ ଥିଲା ବେଳେ ବାତ୍ୟା ରୂପ ନେବ। ଉପକୂଳକୁ ଆସିବା ପରେ ଏହା ଦୁର୍ବଳ ହୋଇଯିବ। କିନ୍ତୁ ଏହା ପ୍ରଭାବରେ ଓଡ଼ିଶାରେ ବିସ୍ତୃତ ବର୍ଷା ହୋଇପାରେ । ୨୪ ତାରିଖରେ ଏହା ଓଡ଼ିଶା ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି।

Leave A Reply

Your email address will not be published.

twenty − 8 =