ମଣ୍ଡିରେ ଧାନ କିଣାକୁ ସୁବ୍ୟବସ୍ଥିତ କରିବା ପାଇଁ ଦାୟିତ୍ୱରେ ରହିବେ ମନ୍ତ୍ରୀ

ଭୁବନେଶ୍ୱର(ରାଜ୍ୟକାହାଣୀ)  ଖରିଫ ଧାନ ଅମଳ ପୂର୍ବରୁ ରାଜ୍ୟ ସରକାର ମଙ୍ଗଳବାର ଧାନ କିଣାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଧୁନିକୀକରଣ ମାଧ୍ୟମରେ ଧାନ କିଣା ଯିବ ବୋଲି ଆଲୋଚନା ହୋଇଛି। ଏପରିକି ଚାଷୀଙ୍କ ଧାନ କିପରି ସୂଚାରୁ ରୂପେ କିଣାହେବ ସେନେଇ ବୈଠକରେ ଆଲୋଚନା କରାଯାଇଛି। ସମ୍ପୃକ୍ତ ଜିଲାର ଜିଲାପାଳ ଧାନ କିଣିବା ସମୟ ସୀମା ବଢ଼ାଇ ପାରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।ମଣ୍ଡିଗୁଡିକୁ ଆଧୁନିକୀକରଣ କରାଯିବ। ପାଇଁ  ୫୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବୈଠକରେ କୁହାଯାଇଛି।ପ୍ରତି ମଣ୍ଡିରେ ରହିବେ ଜଣେ ଲେଖାଏଁ ପ୍ରାଧିକୃତ ଅଧିକାରୀ । ଏକାଧିକ ଧାନ ମଣ୍ଡିକୁ ନେଇ ଜୋନ୍ ତିଆରି ହେବ । ପ୍ରତି ଜୋନରେ ଜଣେ ଲେଖାଏଁ ସୁପରଭାଇଜର ଅଧିକାରୀ ରହିବେ । ଯୋଗାଣ, ସମବାୟ, ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଦାୟିତ୍ୱରେ ରହିବେ । ଆବଶ୍ୟକ ପଡିଲେ ପଞ୍ଚାୟତିରାଜ ବିଭାଗର ଅଧିକାରୀ ମାନଙ୍କୁ ମଧ୍ୟ ନିୟୋଜିତ କରାଯିବ । ଟୋକନ ବିଷୟରେ ସମସ୍ତ ନିଷ୍ପତ୍ତି ଜିଲ୍ଲାପାଳ ନେଇ ପାରିବେ । ପ୍ରତି ମନ୍ତ୍ରୀ ମାନଙ୍କୁ ଦୁଇରୁ ତିନୋଟି ଜିଲ୍ଲାର ଦାୟିତ୍ୱରେ ରହିବେ ।ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି, ଧାନ କିଣା ନେଇ ସରକାର ବଡ଼ ଲକ୍ଷ୍ୟ ରଖିଛନ୍ତି। ପଡୋଶୀ ରାଜ୍ୟର ଚାଷୀ ଓଡ଼ିଶାକୁ ଆସି କେମିତି ଧାନ ବିକ୍ରି ନକରିବେ ସେ ନେଇ ଧ୍ୟାନ ରାଜ୍ୟ ସରକାର ଦେଉଛନ୍ତି। ସୀମା ସିଲ କରାଯାଇ ଅନ୍ୟ ରାଜ୍ୟର ଚାଷୀ କେମିତି ଓଡ଼ିଶାକୁ ନଆସିବେ ସେଥିପାଇଁ ଯୋଜନା କରାଯିବ। ଧାନ ମଣ୍ଡି ଆଧୁନିକୀକରଣ କରିବା ପାଇଁ ସମବାୟ, କୃଷି ଓ ଯୋଜନା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷାରେ ଓଦା ହୋଇ ଧାନ ନଷ୍ଟ ନହେବା ପାଇଁ ମଣ୍ଡିରେ ବ୍ୟବସ୍ଥା କରାଯିବ। ମଣ୍ଡିରେ ଚାଷୀଙ୍କୁ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯିବ। ଧାନ ଓଜନ ପାଇଁ ଆଧୁନିକ ମେସିନ ବ୍ୟବସ୍ଥା କରାଯାଇଛି। କଟନୀ ଛଟନୀ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି।

Leave A Reply

Your email address will not be published.

five × four =