ମୁଁ ବିଜେଡି ଛାଡ଼ିବା ପଛରେ ପାଣ୍ଡିଆନ ଦାୟୀ।

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟରେ ଭାଜପା ସରକାର ଆସିବା ପରେ ବିଜେଡିର କିଛି ନେତା ଦଳ ଛାଡ଼ିଛନ୍ତି। ବିଶେଷକରି ନିର୍ବାଚନ ସମୟରେ ପୂର୍ବତନ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ସମ୍ପୃକ୍ତି ଉପରେ ଅନେକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଜେଡିର ପରାଜୟକୁ ନେଇ ବରିଷ୍ଠ ବିଜେପି ନେତା ପ୍ରସନ୍ନ ପଟ୍ଟଶାଣୀଙ୍କ ବଡ଼ ବୟାନ । ପ୍ରସନ୍ନ କହିଲେ, ମୁଁ ବିଜେଡି ଲୋକ, ମୋ ଜନ୍ମ ଜାତକରେ ମୋ ନା ପଢିବେ । ଦୁର୍ଭାଗ୍ୟ ଦଳ ଗଢିକି ଦଳ ଛାଡିଲା ବେଳେ ବଡ ଦୁଃଖ ଲାଗେ । ମୁଁ କେବେ ବି ଦଳ ଛାଡ଼ିକି ଆସି ନଥାନ୍ତି । ଅମର ଶତପଥୀ ଯାହା କହିଛନ୍ତି କିଛି ତ ଖରାପ କହିନାହାନ୍ତି । କିନ୍ତୁ ଭଲ ମନ୍ଦ କିଏ ବୁଝୁଛି । ମୋତେ ଦୁଃଖ ଲାଗୁଛି ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ସେ ପର୍ଯ୍ୟନ୍ତ ବିଜେଡି ଆସିବ ନାହିଁ । ସେ ପା କହିଥିଲେ ରାଜନୀତିରୁ ସନ୍ୟାସ ନେବେ ବୋଲି, କାହିଁ କହୁଥିଲେ । ସେ ଭୁଲ, ନା ସେ ବୁଝି ପାରୁଛନ୍ତି ନା ଆମେ ଦେଖି ପାରୁଛୁ । ପ୍ରକାଶ ଯେ, ନିର୍ବାଚନ ପରାଜୟ ପରେ ଦଳରେ ଅନ୍ତଃକନ୍ଦଳକୁ ନେଇ ବିଜେଡି ଚର୍ଚ୍ଚାରେ ରହି ଆସୁଛି। ଦଳୀୟ ନେତାମାନେ ମଧ୍ୟ ପରସ୍ପର ବିରୋଧରେ ବୟାନବାଜି କରୁଛନ୍ତି। ଏପରିକି କିଛି ନେତା ବିଜେଡି ଛାଡ଼ି ଭାଜପା ସମ୍ପର୍କରେ ଅଛନ୍ତି।

Leave A Reply

Your email address will not be published.

13 − 9 =