ବାଜିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବିଗୁଲ

ଅକ୍ଟୋବର ୧୫ ଅପରାହ୍ନରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ।ଅପରାହ୍ନ ୩ଟା ୩୦ରେ ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଏହି ସମୟରେ ନିର୍ବାଚନ କେତେ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ କେଉଁ ପ୍ରସ୍ତୁତି ଚାଲିଛି ତାହା ସୂଚନା ଦିଆଯିବ। ସୂଚନାଥାଉକି, ଏହି ଦୁଇ ରାଜ୍ୟରେ ଆସନ୍ତା ନଭେମ୍ବରର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହା ସହିତ ଆଜି ଉତ୍ତରପ୍ରଦେଶ ଉପ-ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରାଯାଇପାରେ।ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ନିର୍ବାଚନ ସହ ଜଡିତ ନିର୍ବାଚନ ଆୟୋଗ ଏହାର ପ୍ରସ୍ତୁତି ଶେଷ କରିସାରିଛି। କିଛି ସମୟ ପୂର୍ବରୁ ନିର୍ବାଚନ ଆୟୋଗ ଟିମ୍‌ ଉଭୟ ରାଜ୍ୟ ଗସ୍ତ କରିଥିଲେ। ଏହି ସମୟ ମଧ୍ୟରେ ସେ ନିର୍ବାଚନ ପାଇଁ ପ୍ରସ୍ତୁତିର ଆକଳନ କରିଥିଲେ।ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ଥିବାବେଳେ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି।

Leave A Reply

Your email address will not be published.

ten + 4 =