ଗିରଫ ହେଲେ ୟୁ ଟ୍ୟୁବର ଶଙ୍କର ଓମ୍‌ ସରଣ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ଗିରଫ ହେଲେ ୟୁ ଟ୍ୟୁବର ଶଙ୍କର ଓମ୍‌ ସରଣ । ଭୁବନେଶ୍ୱର କମିଶନରେଟ୍‌ ପୁଲିସର ସାଇବର ଥାନା ପୁଲିସ ତାଙ୍କୁ ବାଲେଶ୍ୱରରୁ ଗିରଫ କରିଛି। ଶଙ୍କର ଓମ୍‌ ନିଜ YouTube ଚ୍ୟାନେଲରେ ବିଭିନ୍ନ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଓ କଟୁ ଶବ୍ଦ ବ୍ୟବହାର କରିଥିଲେ। ଏଥିସହ ଆକ୍ଷେପ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଜଣେ ମହିଳା ଗତ ୧୨ ତାରିଖରେ କ୍ୟାପିଟାଲ୍‌ ଥାନାରେ ଲିଖିତ ଅଭଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୀଡିତା କହିଛନ୍ତି, ଶଙ୍କର ପୁଲିସ୍‌ ଓ ମିଡ଼ିଆକୁ ବେଶ୍ୟା ସହିତ ତୁଳନା କରିଥିଲେ। ଏହାର ପ୍ରତିବାଦ କରିଥିଲି। ଏହା ପରେ ସେ ୧୨ ବର୍ଷ ତଳର ମୋର ଏକ ଭିଡ଼ିଓକୁ ବ୍ୟବହାର କରି ନାନା ଖରାପ ଶବ୍ଦ କହିଥିଲେ। ଏ ନେଇ ମୁଁ କ୍ୟାପିଟାଲ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲି ବୋଲି ପୀଡ଼ିତା କହିଛନ୍ତି। କିନ୍ତୁ ଗିରଫ ପରେ ସ୍ୱର ବଦଳାଇଛନ୍ତି ଶଙ୍କର। ଆଉ ଆଗକୁ ସେମିତି କିଛି କହିବି ନାହିଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.

eleven + 6 =