ଅତୁଲ ପାରଚୁରେଙ୍କ ୫୭ ବର୍ଷ ବୟସରେ ଦେହାନ୍ତ

ଜଣାଶୁଣା ଅଭିନେତା ଅତୁଲ ପାରଚୁରେଙ୍କ ୫୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କ୍ୟାନସର୍‌ରେ ପୀଡିତ ଥିଲେ। ସେ ‘ଦି କପିଲ ଶର୍ମା ଶୋ’ ସମେତ ଅନେକ ଟିଭି ସିରିଏଲ ଏବଂ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।ର୍ଯ୍ୟାଚି ପିଲ୍ଲେରେ ଆୟୋଜିତ ଗୋଟିଏ ଷ୍ଟେଜ ଶୋ’ରେ ଅତୁଲ ଗତକାଲି ସାମିଲ ହୋଇଥିଲେ।କିନ୍ତୁ ହଠାତ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଆଜି ତାଙ୍କର ଦେହାନ୍ତ ହୋଇଛି।ଅଭିନେତା ଉଭୟ ଟେଲିଭିଜନରେ ଏବଂ ଚଳଚ୍ଚିତ୍ରରେ ନିଜର ପରିଚୟ ସୃଷ୍ଟି କରିଥିଲେ। ସେ ‘ଆର.କେ ଲକ୍ଷ୍ମଣ କି ଦୁନିୟା’, ‘ଜାଗୋ ମୋହନ ପ୍ୟାରେ’, ‘ୟମ ହେଁ ହମ’, ‘ବଡି ଦୁର୍‌ ସେ ଆଏ ହେଁ’, ‘କପିଲ ଶର୍ମା ଶୋ’ ଏବଂ ଅନେକ ମରାଠୀ ସିରିଏଲ ଏବଂ ଲୋକପ୍ରିୟ କମେଡି ଶୋ’ରେ ତାଙ୍କର ଅଭିନୟ ଦକ୍ଷତା ପ୍ରମାଣ କରିଥିଲେ।ନିଜର ଲମ୍ବା ଅଭିନୟ କ୍ୟାରିୟରରେ ଅତୁଲ ଦି କପିଲ ଶର୍ମା ଶୋ’ରେ ମଧ୍ୟ ନଜର ଆସିଥିଲେ। ଅଜୟ ଦେବଗାନ, ସଞ୍ଜୟ ଦତ୍ତ ଓ ଶାହରୁଖ ଖାନଙ୍କ ସହ ମଧ୍ୟ ସେ ବଲିଉଡ ସିନେମାରେ ଅଭିନୟ କରିଛନ୍ତି।

Leave A Reply

Your email address will not be published.

fifteen + four =