ଭୁବନେଶ୍ଵର ( ରାଜ୍ୟ କାହାଣୀ) ରାଜ୍ୟର ପ୍ରତି ଜିଲ୍ଲାରେ ୫୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେସିଆଲିଟି ହସ୍ପିଟାଲ୍ ସ୍ଥାପନ କରାଯିବ। ଏହି ପ୍ରସ୍ତାବକୁ ଗୃହୀତ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସମ୍ ହେଲ୍ଥ କେୟାର ସର୍ଭିସେସ୍ ପକ୍ଷରୁ ଏହି ଯୋଜନା ହାତକୁ ନିଆଯାଇଛି।ଏହି ପରିପ୍ରେକ୍ଷୀରେ ସଂସ୍ଥା ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ପ୍ରସ୍ତାବ ଗୃହୀତ ହୋଇଛି ବୋଲି ବୁଧବାର ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଘୋଷଣା କରାଯାଇଛି। ଏଥିପାଇଁ ୧୦୦୦ କୋଟି ଟଙ୍କା ନିବେଶ ହେବ। ଉଭୟ ପ୍ରାଇମେରୀ ଏବଂ ସେକେଣ୍ଡାରୀ ସ୍ୱାସ୍ଥ୍ୟ ସେବା ସହ ଏହି ହସ୍ପିଟାଲ୍ ଗୁଡ଼ିକରେ ଅତ୍ୟାଧୁନିକ ଡାଇଗ୍ନୋସିସ୍ ଲ୍ୟାବ୍, ବୟୋଜ୍ୟେଷ୍ଠଙ୍କ ଲାଗି ସ୍ୱତନ୍ତ୍ର ଯତ୍ନ, ଫାର୍ମାସୀ, ଟ୍ରମା କେୟାର, ଇମର୍ଜେନ୍ସି ଏବଂ ଫିଜିଓଥେରାପି ସୁବିଧା ପ୍ରଦାନ କରାଯିବ। ଏଥି ନିମନ୍ତେ ୧୦୦୦ କୋଟି ଟଙ୍କାର ନିବେଶ ହେବ ଓ ୯୦୦ ଲୋକଙ୍କ ଲାଗି ସିଧାସଳଖ ଓ ୬୦୦୦ ଲୋକଙ୍କ ନିମନ୍ତେ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।