ଭୁବନେଶ୍ଵର ( ରାଜ୍ୟ କାହାଣୀ) ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଏହାରି ମଧ୍ୟରେ ଦୁଇ ବର୍ଷ ବିତି ଗଲାଣି । ହେଲେ ଏବେ ମଧ୍ୟ ଏହି ମାମଲାର ସମାଧାନ ହୋଇ ପାରୁ ନାହିଁ । ଏହାରି ମଧ୍ୟରେ ନବ ଦାସଙ୍କ ହତ୍ୟା ମାମଲାରେ ଝିଅ ଦୀପାଳି ଦାସଙ୍କ ବଡ଼ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି ।ଖୁବଶୀଘ୍ର ସିବିଆଇ ତଦନ୍ତ ପାଇଁ ଆଇନମନ୍ତ୍ରୀଙ୍କ ନିକଟରେ ଦାବି କରିବୁ ବୋଲି କହିଛନ୍ତି ଦୀପାଳି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା କୌଣସି ରାଜନୀତିକ ଉଦ୍ଦେଶ୍ୟ ରଖି ନିଷ୍ପତ୍ତି ନୁହେଁ । ଏହି କଥାଟା ପୁରା ମୋଟ ପରିବାରର ଭାବନା ସହିତ ଜଡିତ । ତେଣୁ ଆମେ ସିବିଆଇ ତଦନ୍ତ ଲାଗି ଲେଖୁଛି । ଖୁବଶୀଘ୍ର ଏହି ଚିଠିକୁ ଆମେ ରାଜ୍ୟ ସରକାରଙ୍କୁ ଦେବୁ । ଏହାପରେ ରାଜ୍ୟ ସରକାର ସିବିଆଇକୁ ହସ୍ତାନର କରିବେ ।