ଭୁବନେଶ୍ଵର ( ରାଜ୍ୟ କାହାଣୀ) ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହୋଇଛି । ଆନୁଷ୍ଠାନିକ ଭାବେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ଜୟ ଜଗନ୍ନାଥ’ରୁ ଉଦବୋଧନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି, ମୁଁ ଖୁସି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଆଗେଇନେବାର ପ୍ରୟାସ ଆରମ୍ଭ କରିଛନ୍ତି। ମୋଦି କହିଛନ୍ତି ଜାନୁଆରୀରରେ ମୋର ଦ୍ବିତୀୟ ଓଡ଼ିଶା ଗସ୍ତ । ଉତ୍କର୍ଷ ଓଡ଼ିଶା କନକ୍ଲେଭ ଓଡିଶାର ସବୁଠୁ ବଡ଼ ବିଜନେସ ସମ୍ମିଳନୀ । ଆୟୋଜନ ପାଇଁ ଓଡିଶା ସରକାରଙ୍କୁ ଶୁଭେଚ୍ଛା । କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ବାଗତ କରୁଛି । ପୂର୍ବ ଭାରତ ହେଉଛି ବିକଶିତ ଭାରତର ଗ୍ରୋଥ ଇଞ୍ଜିନ । ଓଡିଶାର ଏକ ବଡ଼ ଭୂମିକା ରହିଛି । ଗ୍ଲୋବାଲ ଗ୍ରୋଥରେ ଓଡିଶାର ବଡ଼ ଭୂମିକା ଥିଲା । ଏହାର ବନ୍ଦର ଭାରତର ଗେଟ ୱେ ଥିଲା । ଓଡିଶା, ସାଉଥ ଇଷ୍ଟ ଏସିଆକୁ ଯୋଡିଥାଏ । ସିଙ୍ଗାପୁର – ଓଡିଶା ସମ୍ପର୍କକୁ ନେଇ ସିଙ୍ଗାପୁର ବେଶ ଉତ୍ସାହିତ । ଓଡ଼ିଶା ବ୍ଲୁ ଇକୋନୋମିରେ ଆଗୁଆ ରହିଛି । MSME ଓ ଷ୍ଟାର୍ଟଅପକୁ ସପୋର୍ଟ ପାଇଁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ । ଓଡ଼ିଶା ସମୃଦ୍ଧ,ସଶକ୍ତ ଓ ଉତ୍କର୍ଷ ହେବ। ଓଡ଼ିଶାବାସୀଙ୍କ ସାମର୍ଥ ଉପରେ ମୋର ଭରସା ଅଛି । ଓଡିଶାରେ ଗ୍ରୀନ ହାଇଡ୍ରୋଜେନ ଏବଂ ଅକ୍ଷୟ ଶକ୍ତିର ପର୍ଯ୍ୟପ୍ତ ସମ୍ଭାବନା ଅଛି । ପାରାଦୀପ, ଗୋପାଳପୁରରେ ଡ଼ାଏରୀ ଫାର୍ମ ହେଉଛି । ଯେଉଁ ଯେଉଁ ଅଂଚଳରେ ଯେଉଁ ସମ୍ପଦ ଅଛି ସେଠାରେ ସେହି ଶିଳ୍ପ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ବାନ କରିଛନ୍ତି ମୋଦି । ବ୍ଲୁ ଇକୋନୋମିରେ ଓଡିଶା ଦେଶର ଆଗୁଆ ରାଜ୍ୟରେ ସାମିଲ ହେବ । ଯେଉଁ କ୍ଷେତ୍ରରେ ଅଛନ୍ତି ସେହି କ୍ଷେତ୍ରର ଏମଏସଏମଇକୁ ସପୋର୍ଟ କରିବାକୁ ନିବେଶକଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ।