ପୁରୀ ଶ୍ରୀମନ୍ଦିରକୁ ବାହାରିଲା ପ୍ରଥମ ରଥ କାଠ । 

ଭୁବନେଶ୍ଵର ( ରାଜ୍ୟ କାହାଣୀ) ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ଆସୁଛି ରଥ କାଠ। ନୟାଗଡ ଦଶପଲ୍ଲାରୁ ପୁରୀ ଅଭିମୁଖେ ଗଡିଛି   ରଥକାଠ ବୋଝେଇ ହୋଇଥିବା ୩ଟି ଟ୍ରକ୍। ପ୍ରଥମ ପର୍ଯ୍ୟାୟରେ ୪୮ ଖଣ୍ଡ ଅସନ ଏବଂ ୫୩ ଖଣ୍ଡ ଧଉରା କାଠ ଆସୁଛି ପୁରୀ ଶ୍ରୀମନ୍ଦିର ।

ସରସ୍ୱତୀ ପୂଜା ପୂର୍ବରୁ ରଥଖଳାରେ କାଠ ପହଞ୍ଚିବା ବିଧି ରହିଛି ।ଦଶପଲ୍ଲାର ପୋଖରୀଗୋଚ୍ଛା ଓ ଟାକେରା ସେକନ୍ସରୁ ରଥ କାଠ ପଠାଯାଉଛି। ରଥ ନିର୍ମାଣ ପାଇଁ ଅସନ , ଧଉରା, ଫାସି, ସିମିଳି ପ୍ରଜାତିର ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ପୂର୍ବ ବର୍ଷର ୫୧ ଖଣ୍ଡ କାଠ ବଳକା ରହିଛି । ତେଣୁ ଚଳିତବର୍ଷ ୮୧୪ ଖଣ୍ଡ କାଠର ଆବଶ୍ୟକତା ରହିଛି।ଚଳିତବର୍ଷ ଜୁନ୍ ୨୭ ତାରିଖରେ ରଥଯାତ୍ରା ପାଳନ କରାଯିବ । ଏହି ବର୍ଷ ୧୭୮ ଥର ଲାଗି ରଥ ଟଣାଯିବ । ଲକ୍ଷ ଲକ୍ଷ ଭକ୍ତ ବଡ଼ଦାଣ୍ଡରେ ଏକାଠି ହେବେ ।

Leave A Reply

Your email address will not be published.

three × five =