କ୍ଷୀର ମୂଲ୍ୟ ୧ ଟଙ୍କା କମାଇଲା ଅମୁଲ

 ଅମୁଲ ପକ୍ଷରୁ କ୍ଷୀର ମୂଲ୍ୟ ହ୍ରାସ କରାଯାଇଛି। ସାରା ଦେଶରେ ୧ ଲିଟର କ୍ଷୀର ପିଛା କମ୍ପାନୀ ୧ ଟଙ୍କା କମାଇଛି। ଅମୁଲ ଗୋଲ୍ଡ, ଅମୁଲ ତାଜା ଏବଂ ଅମୁଲ ଟି ସ୍ପେଶାଲ ୧ କେଜି ପ୍ୟାକ୍‌ କ୍ଷୀରରେ ଏହି ଦର ହ୍ରାସ ଲାଗୁ କରାଯାଇଛି।ଏହି ନିଷ୍ପତ୍ତି ଉତ୍ପାଦନ ବ୍ୟୟ ହ୍ରାସ ଓ ବଜାରରେ ଦୁଗ୍ଧର ଚାହିଦାକୁ ଦୃଷ୍ଟିରେ ରଖି ନିଆଯାଇଛି। ନୂଆ ମୂଲ୍ୟ ଅନୁସାରେ ଏବେ ୧ ଲିଟର ଅମୂଲ ଗୋଲ୍ଡ ପ୍ୟାକେଟ୍ ୬୬ ଟଙ୍କାରେ ମିଳିବ। ଅଧଲିଟର ପ୍ୟାକେଟ ପାଇଁ ଗ୍ରାହକଙ୍କୁ ୩୩ ଟଙ୍କା ଦେବାକୁ ପଡିବ। ୨୦୨୪ ଜୁନରେ ଅମୁଲ ପକ୍ଷରୁ କ୍ଷୀର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା। ଅମୂଲ ଦୁଗ୍ଧ ମୂଲ୍ୟ ହ୍ରାସ କରିଥିବାରୁ ଗ୍ରାହକଙ୍କୁ ଆଶ୍ୱସ୍ତ କରିବ। ଏହି ଦର ପରିବର୍ତ୍ତନର ପ୍ରଭାବ ବଜାରରେ ତୁରନ୍ତ ଅନୁଭୂତ ହେବ। ଅମୂଲ ଦୁଗ୍ଧ ଏବେ ପୂର୍ବାପେକ୍ଷା କମ ଦରରେ ମିଳିବ। ଲୋକେ ଏବେ ଲିଟର ପିଛା ୧ ଚଙ୍କା କମରେ ଦୁଗ୍ଧ କ୍ରୟ କରିବେ।

Leave A Reply

Your email address will not be published.

two × three =