ଦିନ ମଜୁରିଆଙ୍କୁ ୧.୯୬ କୋଟି ଟଙ୍କାର ନୋଟିସ ପଠାଇଲା ଜିଏସଟି ବିଭାଗ, ଆୟ ମାତ୍ର ୧୬ ହଜାର

 ଦିନ ମଜୁରୀଆଙ୍କ ଆୟ ୧୬ ହଜାର। ହେଲେ ତାଙ୍କ ଉପରେ ଜିଏସଟି ବିଭାଗ ଲଗାଇଛି ୧କୋଟି ୯୬ଲକ୍ଷ ଟଙ୍କାର ଟ୍ୟାକ୍ସ। ଯାହାକି ଦୁଇ କୋଟି ଟ୍ୟାକ୍ସ ସହ ସମାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୃହ ବିଭାଗରେ ଅଭିଯୋଗ କରିବା ପରେ ପୂରା ମାମଲା ଜଣା ପଡିଛି ।ଗୁଜୁରାଟର ପାଟନ ଜିଲ୍ଲାର ସୁନୀଲ ନାମକ ଏକ ବ୍ୟକ୍ତି ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି । ମାସକୁ ରୋଜଗାର କରନ୍ତି ୧୬ହଜାର ଟଙ୍କା ।  କିନ୍ତୁ ଏବେ ତାଙ୍କ ଉପରେ ୧.୯୬ କୋଟି ଟଙ୍କାର ଟ୍ୟାକ୍ସ ଲଗାଇଛି ବେଙ୍ଗାଲୁରୁ ଜିଏସଟି ବିଭାଗ ? ଜିଏସ୍‌ଟି ବିଭାଗର ଏହି ନୋଟିସ୍ ପାଇବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଦତଳୁ ମାଟି ଖସିଯାଇଥିଲା ।  ଜିଏସଟି ନୋଟିସ ପାଇବା ପରେ ସୁନୀଲ୍ ଜଣେ ଓକିଲଙ୍କୁ ପରାମର୍ଶ କରିଥିଲେ ।  ଆଉ ତଦନ୍ତ ପରେ ଜଣାପଡିଥିଲା ତାଙ୍କ ନାଁରେ ଭିନ୍ନ ଭିନ୍ନ ସ୍ଥାନରେ ୧୧ଟି କମ୍ପାନୀ ଚାଲିଛି ।ଏହି କମ୍ପାନୀଗୁଡ଼ିକ ଉତ୍ତର ପ୍ରଦେଶର ଅଯୋଧ୍ୟା, ଆଲିଗଡ଼ ସମେତ ଅରୁଣାଚଳ ପ୍ରଦେଶ, ମଣିପୁର, ତ୍ରିପୁରା, ମହାରାଷ୍ଟ୍ରର ନାଗପୁର, କର୍ଣ୍ଣାଟକ, ତାମିଲନାଡୁ ଭଳି ରାଜ୍ୟରେ ଚାଲୁଛି।ତଦନ୍ତ ସମୟରେ ଜଣାପଡିଥିଲା ଯେ ସୁନୀଲଙ୍କ ନାମରେ ନକଲି ଆଧାର କାର୍ଡ ଏବଂ ପାନ କାର୍ଡ ବ୍ୟବହାର କରାଯାଇଥିଲା। ସୁନୀଲଙ୍କ ନାମରେ ଏତେ ସଂଖ୍ୟକ କମ୍ପାନୀ କିପରି ଏବଂ କିଏ ସୃଷ୍ଟି କଲା ? ଏହି କମ୍ପାନୀଗୁଡ଼ିକ ପ୍ରକୃତରେ ଚାଲୁଛି ନା କେବଳ ନାମକୁ ମାତ୍ର ରହିଛି ତାହା ତଦନ୍ତର ବିଷୟ।

Leave A Reply

Your email address will not be published.

one − 1 =