ଭୁବନେଶ୍ୱର(ରାଜ୍ୟକାହାଣୀ ) ସୁଭଦ୍ରା ଯୋଜନାରେ ୧୫୭ ଜଣ ପୁରୁଷ ଆବେଦନକାରୀଙ୍କୁ ଟଙ୍କା ମିଳିବା ନେଇ ବର୍ଷିଛି ବିଜେଡି । ପୁରୁଷଙ୍କୁ କେମିତି ଓ କେଉଁ ପରିସ୍ଥିତିରେ କେବଳ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନାରେ ହିତାଧିକାରୀ ଭାବେ ଟଙ୍କା ମିଳିଲା ବୋଲି ପ୍ରଶ୍ନ କରିଛି ବିଜେଡି । ପ୍ରମିଳା କହିଛନ୍ତି, ସୁଭଦ୍ରା ଯୋଜନାରେ ହେଉଁ ପୁରୁଷମାନେ ଆବେଦନ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ବଜେପି କର୍ମୀ। ପ୍ରକୃତରେ ୧୫୭ ନହଁନ୍ତି ବରଂ ହଜାରେରୁ ଅଧିକ ପୁଚରୁଷ ଏଥିର୍ପା ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ନାଁରେ ଟଙ୍କା ବି ଆସିସାରିଛି। ଏହା କିଭଳି ସମ୍ଭବ ହେଲା? ଏନେଇ ତଦନ୍ତ କରିବାକୁ ଦାବି କରିଛି ବିଜେଡି।ପୂର୍ବରୁ ପ୍ରଭାତୀ ପରିଡା କହିଥିଲେ ଯେ ଏହା ଏକ ତ୍ରୁଟି ହୋଇଥାଏ ପାରେ |