ଭୁବନେଶ୍ୱର(ରାଜ୍ୟକାହାଣୀ) ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଓଡିଶା ସରକାର ପଦୋନ୍ନତି ଦେଇଛନ୍ତି । ୧୯୯୫ ବ୍ୟାଚର ଆଇଏଏସ ଅଧିକାରୀ ଶ୍ରୀ ଶର୍ମାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ପଦୋନ୍ନତି ମିଳିଛି ।ଏହି ପଦୋନ୍ନତି ପରେ ହେମନ୍ତ ଶର୍ମାଙ୍କୁ ରାଜ୍ୟ ସରକାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ଶ୍ରୀ ଶର୍ମା ଏବେ ଗୁରୁତ୍ୱପୂର୍ଣ ଶିଳ୍ପ ବିଭାଗ ସହ ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ୧୯୯୫ ବ୍ୟାଚର ଏହି ଓଡିଶା କ୍ୟାଡର ବରିଷ୍ଠ ଆଇଏଏସ ଅଧିକାରୀ ରାଜ୍ୟରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ଲୋକଙ୍କ ପାଖରେ ବେଶ ପ୍ରଶଂସା ସାଉଁଟି ଥିଲେ । ପରବର୍ତ୍ତୀ ସମୟରେ ଶକ୍ତି ବିଭାଗ,ସୂଚନା ଓ ଲୋକ ସମ୍ପର୍କ ବିଭାଗ,ଏମଏସଏମଇ ବିଭାଗ ଏବଂ ଶିଳ୍ପ ବିଭାଗରେ ସଚିବ ତଥା ପ୍ରମୁଖ ଶାସନ ସଚିବ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି ।