ଶୀତରେ ଗ୍ରୀଷ୍ମ ଅନୁଭୂତ, କୋରାପୁଟରେ ସର୍ବୋଚ୍ଚ ତାପମତ୍ରା ୩୩ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର(ରାଜ୍ୟକାହାଣୀ ) ରାଜ୍ୟରେ କମିଛି ଶୀତ କିନ୍ତୁ କଲବଲ କରୁଛି କୁହୁଡି। ଆଜି ସକାଳୁ ସକାଳୁ ଟ୍ଵିନସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଏପରିକି ଦୃଶ୍ୟମାନ ଦୂରତା ୧୦ ରୁ ୨୦ ମିଟର ରହିଛି । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସ୍ୱାଭାବିକଠାରୁ ସାଢ଼େ ୫ ଡିଗ୍ରୀ   ଉପରକୁ ଡେଇଁ ବୁଧବାର କୋରାପୁଟରେ  ଦିନ ତାପମାତ୍ରା ୩୩.୨ ଡିଗ୍ରୀ  ସେଲସିୟସ୍‌ରେ ପହଞ୍ଚିଛି । ଜାନୁଆରୀ  ମାସରେ କୋରାପୁଟରେ କେବେ ଏମିତି ଗରମ ଅନୁଭବ ହୋଇନଥିଲା । ଏହାପୂର୍ବରୁ ୨୦୦୯ ଜାନୁଆରୀ  ୩୧ରେ କୋରାପୁଟରେ ସର୍ବୋଚ୍ଚ ତାତ ଥିଲା ୩୩ ଡିଗ୍ରୀ । ଏଥର ଜାନୁଆରୀର ସବୁ ତାତି ରେକର୍ଡ ଭାଙ୍ଗିଛି କୋରାପୁଟ । ଏଭଳି ସ୍ଥିତି ପାଣିପାଗ ବିଜ୍ଞାନୀଙ୍କୁ  ଚମକାଇ ଦେଇଛି । ରେକର୍ଡ କହୁଛି,  ୨୦୦୯ ଜାନୁଆରୀରେ କୋରାପୁଟରେ ଏଭଳି ଭୀଷଣ ଗରମ ଅନୁଭୂତ ହୋଇଥିଲା । ସେହି ବର୍ଷ ଏପ୍ରିଲ  ଓ ମେ’ ମାସରେ ଭୀଷଣ ଗ୍ରୀଷ୍ମ  ପ୍ରବାହରେ ଜଳିଥିଲା ଓଡ଼ିଶା । ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଆସ୍ତରଣ । ପ୍ରବଳ କହୁଡି ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଲୋକମାନେ ଯାତାୟତରେ ଅସବିଧାର ସମ୍ମୁଖୀନ ହେଉଛନ୍ତି । ୫୦ ମିଟର ଦୂରତା ପର୍ଯ୍ୟନ୍ତ ଭିଜିବିଲଟି ଶୂନ୍ ରହିଛି । ଘନ କହୁଡ଼ି ପାଇଁ ୪ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ କେନ୍ଦ୍ର । କୁହୁଡ଼ି ସତର୍କତାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

18 + eight =