ରାଜ୍ୟରେ ୧୨୬ ଡ଼େଣ୍ଟାଲ ଡ଼ାକ୍ତର ନିଯୁକ୍ତି ହେବେ 

ଭୁବନେଶ୍ୱର(ରାଜ୍ୟକାହା)  ରାଜ୍ୟରେ ନିଯୁକ୍ତି ପାଇବେ ୫ ହଜାର ଡାକ୍ତର। କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା ।୧୨୪ ‌ଦାନ୍ତ ଡାକ୍ତରଙ୍କୁ ମଧ୍ୟ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା ନିୟମାବଳୀ ୨୦୧୭ର ମଧ୍ୟ ସଂଶୋଧନ କରାଯାଇଛି। ୧୦ଟି କ୍ୟାବିନେଟ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ, ଡାକ୍ତର ନିଯୁକ୍ତି  ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ପୂର୍ବରୁ ଥିବା ଲେବଲ-୭କୁ ୬କୁ ହ୍ରାସ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହାଦ୍ବାରା ଡାକ୍ତର ନିଯୁକ୍ତି ପ୍ରକ୍ରିୟା ସହଜ ହୋଇପାରିବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ଯୋଗାଇ ଦିଆଯିବ ।ପାଞ୍ଚ ହଜାର ଡାକ୍ତର କିଭଳି ଭାବରେ ନିଯୁକ୍ତି ପାଇବେ ତା ଉପରେ ସରକାର ଅଧିକରୁ ଅଧିକ ଗୁରୁତ୍ୱ ଦେଉଛନ୍ତି।

Leave A Reply

Your email address will not be published.

two + 20 =