ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ନୀତା ଅମ୍ବାନୀଙ୍କ ଫ୍ୟାସନ୍‌କୁ ନେଇ ଚର୍ଚ୍ଚା 

ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ଫ୍ୟାସନ୍‌କୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚା ହୋଇଥାଏ। ନିକଟରେ ନୀତା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଶପଥ ସମାରୋହରେ ଅଂଶ ଗ୍ରହଣ କରିଥିଲେ। ଟ୍ରମ୍ପ୍‌ଙ୍କ ସହ ସ୍ୱତନ୍ତ୍ର ରାତ୍ରୀ ଭୋଜନରେ ଯୋଗ ଦେଇଥିବା ବେଳେ ନୀତା ପରିଧାନ କରିଥିବା ଶାଢ଼ି ଏବେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛି।ଟ୍ରମ୍ପ୍‌ଙ୍କ ସହ ସ୍ୱତନ୍ତ୍ର ରାତ୍ରୀ ଭୋଜନରେ ଯୋଗ ଦେଇଥିବା ବେଳେ ନୀତା ପରିଧାନ କରିଥିବା ଶାଢ଼ି ଏବେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛି।

ପ୍ରସିଦ୍ଧ ଡିଜାଇନର ତରୁଣ ତାହିଲିଆନିଙ୍କ ଦ୍ୱାରା ଏକ ଉତ୍କୃଷ୍ଟ ଜାମେୱାର (କଶ୍ମୀର କପଡ଼ା) ଶାଢ଼ି ପିନ୍ଧିଥିବା ବେଳେ ତାଙ୍କର ପାରମ୍ପରିକ ଲୁକ୍‌ ସଭିଙ୍କୁ ବେଶ୍‌ ପସନ୍ଦ ଆସିଛି।ବ୍ଲାଉଜ୍‌ରେ ଲାଗିଛି ଏକ ହୀରା ପେଣ୍ଡେଣ୍ଟ୍‌। ସେ ନିଜର ଲୁକ୍‌କୁ ହୀରା ଓ ମୋତି ମାଳ ଦେଇ ପୂରା କରିଛନ୍ତି। ୧୯୦୦ ଘଣ୍ଟାରୁ ଅଧିକ ସମୟ ଧରି ତିଆରି ହୋଇଥିବା ଏହି ଶାଢ଼ିରେ ପରମ୍ପରା ଏବଂ ସମସାମୟିକ ସୁନ୍ଦରତାର ଏକ ମିଶ୍ରଣ। ଶାଢ଼ି ସହିତ ଏକ ଆଧୁନିକ ହାଇ-ନେକ୍‌ ବ୍ଲାଉଜ୍‌ ପରିଧାନ କରିଥିବାର ନଜର ଆସିଛନ୍ତି ନୀତା।

Leave A Reply

Your email address will not be published.

13 + four =