ବରିଷ୍ଠ IPS ଅମ୍ରିତ ମୋହନ ପ୍ରସାଦ ହେବେ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟିର ଡିଜି

ଭୁବନେଶ୍ୱର(ରାଜ୍ୟକାହା) ଓଡ଼ିଶା କ୍ୟାଡରର ବରିଷ୍ଠ ଆଇପିଏସ ଅଧିକାରୀ ଅମ୍ରିତ ମୋହନ ପ୍ରସାଦଙ୍କୁ ଛଅ ମାସ ପାଇଁ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକୁରିଟିର ଡ଼ିଜି (ଡିଜି, ବିସିଏଏସ୍)ର ଅତିରିକ୍ତ ଦାୟିତ୍ୱରେ ନିଯୁକ୍ତି ଦିଆଯାଇଛି।କେନ୍ଦ୍ର ସରକାରଙ୍କ କ୍ୟାବିନେଟ ନିଯୁକ୍ତି କମିଟି ୧୯୮୯ ବ୍ୟାଚର ଓଡିଶା କ୍ୟାଡ଼ରର ଏହି ଆଇପିଏସ ଅଫିସରଙ୍କ ଏହି ଅତିରିକ୍ତ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।  ଅମୃତ ମୋହନ ପ୍ରସାଦ ସଶସ୍ତ୍ର ସୀମା ବଳର ଡ଼ିଜି ସହିତ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକୁରିଟିର ଡ଼ିଜି ଭାବେ ଏହି ଅତିରିକ୍ତ ଦାୟିତ୍ୱରେ ରହିବେ ।ଗତ ନଭେମ୍ବର ୧ ତାରିଖରୁ ଏହି ଦାୟିତ୍ୱରେ ଅମୃତ ମୋହନ ପ୍ରସାଦ ଥିବା ବେଳେ ୬ ମାସ ପାଇଁ ଏହି ଦାୟିତ୍ୱ ଦିଆଯାଇଛି।ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକୁରିଟିର ନିୟମିତ ଡ଼ିଜି ନିଯୁକ୍ତି କିମ୍ବା କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅମୃତ ମୋହନ ପ୍ରସାଦ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକୁରିଟିର ଅତିରିକ୍ତ ଡ଼ିଜି ଭାବେ କାର୍ଯ୍ୟ କରିବେ ବୋଲି ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ବରିଷ୍ଠ ଆଇପିଏସ ଅମୃତ ମୋହନ ପ୍ରସାଦ ଓଡ଼ିଶାର ଜେଲ ବିଭାଗ ଡ଼ିଜି ଥିଲେ ।  ଗତ ଅଗଷ୍ଟ ମାସରେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ସିଆରପିଏଫର ସ୍ୱତନ୍ତ୍ର ଡ଼ିଜି ଦାୟିତ୍ୱ ନେଇଥିଲେ । ଏହାପରେ ତାଙ୍କୁ ସ୍ୱତନ୍ତ୍ର ସୀମା ବଳର ଡ଼ିଜି ଦାୟିତ୍ବ ଦେଇଥିଲେ କେନ୍ଦ୍ର ସରକାର ।

Leave A Reply

Your email address will not be published.

one × 1 =