ଦଶମ ଓ ଦ୍ଵାଦଶ ପରୀକ୍ଷା ପରୀକ୍ଷା ବନ୍ଦ ହେବନି 

ଭୁବନେଶ୍ୱର(ରାଜ୍ୟକାହା) ଦଶମ ଓ ଦ୍ଵାଦଶ ପରୀକ୍ଷା ପରୀକ୍ଷା ବନ୍ଦ ହେବନି ବୋଲି କହିଛନ୍ତି, ଏନସିଆରଟି ନିର୍ଦ୍ଦେଶକ। ନୂଆ ଜାତୀୟ ଶିକ୍ଷା ନୀତିରେ ଦଶମ ଓ ଦ୍ଵାଦଶ ପରୀକ୍ଷା ପାଇଁ ବ୍ୟବସ୍ଥା ରହିଛି। ତେଣୁ ପୂର୍ବବତ୍ ପରୀକ୍ଷା କରାଯିବ, ଆଇନ ଏନେଇ ଦ୍ୱନ୍ଦ୍ଵ ରହିବା ଅନୁଚିତ୍।ଏଥିସହିତ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ନେଇ ନିର୍ଦ୍ଦେଶକ କହିଛନ୍ତି, ପିଲାଙ୍କୁ ମାଧ୍ୟମିକ ଶିକ୍ଷା ପୂର୍ବରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ପାଇଁ ଏହାକୁ ଲାଗୁ କରାଯାଇଛି। ଏଥିରେ ଫେଲ ହେଲେ ପିଲାଙ୍କୁ ପୁଣି ସୁଯୋଗ ମିଳିବ। ୫ମ ଓ ୮ମ ଶ୍ରେଣୀରେ ଫେଲ ହେଉଥିବା ପିଲାମାନଙ୍କୁ ଆଉ ଗୋଟିଏ ସୁଯୋଗ ଦିଆଯିବ। ସେମାନେ ୨ ମାସ ମଧ୍ୟରେ ପୁଣି ପରୀକ୍ଷାର ସୁଯୋଗ ପାଇପାରିବେ। ପୂର୍ବରୁ ଏନେଇ ସିଜ୍ୟ ନୀତିରେ ପରିବର୍ତ୍ତନ ହୋଇଛି |ତେବେ ରାଜ୍ୟରେ ଆସନ୍ତା ଶିକ୍ଷା ବର୍ଷରୁ, ଜାତୀୟ ଶିକ୍ଷା ନୀତି, ଏନଇପି ଲାଗୁ ହେବାକୁ ଯାଉଛି। ଯେଉଁଥିରେ ୧୦+୨ ଢାଞ୍ଚା ପରିବର୍ତ୍ତେ ୫+୩+୩+୪ ଢାଞ୍ଚାରେ ପାଠ ପଢା ଯିବାର ବ୍ୟବସ୍ଥା ରହିଛି। ଯାହାକୁ ନେଇ ଆଉ, ଦଶମ ଓ ଦ୍ଵାଦଶ ପରୀକ୍ଷା ହେବ ନାହିଁ ବୋଲି ଅନେକ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ଯାହାକୁ ନେଇ ସ୍ପଷ୍ଟ କରିଛନ୍ତି, ଏନସିଆରଟି ନିର୍ଦ୍ଦେଶକ।

Leave A Reply

Your email address will not be published.

4 × 3 =