କଣାସରେ ଝାଡାବାନ୍ତି ସଂକ୍ରମଣ ପାଇଁ ବନ୍ଦ ହେଲା ବାହାଘର ଭୋଜି । 

ଭୁବନେଶ୍ୱର(ରାଜ୍ୟକାହାଣୀ)  ଗତ କିଛିଦିନ ଧରି କଣାସ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ଡାଇରିଆ ହଟସ୍ପଟ୍‌ ପାଲଟିଛି ପୁରୀ କଣାସର ୨ଟି ଗାଁ। ଆଗାଁ, ଜାଗୁଳାଇପଦରରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି। ଏଯାବତ ଝାଡ଼ାବାନ୍ତିରେ ୪ ଜଣଙ୍କର ଜୀବନ ଯାଇଥିବା ଜଣାଯାଇଛି।ଦିନକୁ ଦିନ ଝାଡ଼ାବାନ୍ତି ବ୍ୟାପୁଥିବାରୁ ଦୟାନଦୀ ପାଣି ବ୍ୟବହାର ନକରିବାକୁ ଲୋକଙ୍କୁ ସଚେତନ କରାଉଛି ପ୍ରଶାସନ । ଏପରିକି ସାମୁହିକ ଭୋଜି ଭାତ ବନ୍ଦ କରିବାକୁ ଲୋକଙ୍କୁ ନିବେଦନ କରାଯାଉଛି । ତେବେ କଣାସ ନୁଆ ଦୋକନ୍ଦା ଗାଁର ବିଜୟ ବେହେରାଙ୍କ ଝିଅ ଗଡ଼ିଶାଗଦା ପଂଚାୟତର ନଈ କୁଳ ପାଟଣା ଗାଁରେ ବାହାଘର ହୋଇଛି । ପୂର୍ବ ପ୍ରସ୍ତୁତ ଅନୁସାରେ ୨ହଜାର ଲୋକଙ୍କ ପାଇଁ ଭୋଜିଭାତ ବରଯାତ୍ରୀଙ୍କ ଖାଇବା ହେବାର ବ୍ୟବସ୍ଥା ଥିଲା। ଏହି ଖବର ପାଇ କଣାସ ବିଡ଼ିଓ, ତହସିଲଦାର, ଦୋକନ୍ଦା ସରପଞ୍ଚଙ୍କ ଉପସ୍ଥିତରେ ଏହି ଭୋଜି ଭାତ ନକରିବାକୁ କନ୍ୟାଘରକୁ ବୁଝାସୁଝା କରାଯାଇଥିଲା ।  ବରଯାତ୍ରୀମାନଙ୍କ ପାଇଁ କରାଯାଉଥିବା ଭୋଜିକୁ ବନ୍ଦ  କରାଯାଇଛି ।କଣାସରେ ଦିନକୁ ଦିନ ହଇଜା ମହାମାରୀ ଆଡ଼କୁ ଗତି କରୁଥିବାବେଳେ ଏହାକୁ ନେଇ ଲୋକମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।  ଖାଇବା ପିଇବା ଠାରୁ ଆରମ୍ଭ କରି ଗାଧୁଆ ପାଧୁଆ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ବାରଣ କରାଯାଇଛି । ଯେଉଁଠି ବି ଖାଇବା ଅଥବା ପାନୀୟ ଜଳ ପିଉଛନ୍ତି ତାହାକୁ ବିଶୋଧନ କରି ବ୍ୟବହାର କରିବାକୁ ପଡ଼ୁଛି । ବିବାହ ଉତ୍ସବ ହେଉ କି ଅନ୍ୟ କୈାଣସି ଭୋଜି ଭାତ ସବୁକିଛି ବନ୍ଦ କରିବା ପାଇଁ ପ୍ରଶାସନର କଡ଼ା ତାଗିଦ୍‌‍ ରହିଛି । 

Leave A Reply

Your email address will not be published.

8 + thirteen =