ରେଡ୍ ମିଟ ଖାଇଲେ ଜୀବନ ପ୍ରତି ବଢ଼ିଯାଏ ବିପଦ

ଏକ ରିସର୍ଚ୍ଚ ଅନୁସାରେ, ରେଡ୍ ମିଟ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇଛି । ଏହାକୁ ଖାଇବା ଦ୍ୱାରା ଷ୍ଟ୍ରୋକରୁ ଆରମ୍ଭ କରି କ୍ୟାନ୍ସର ପର୍ଯ୍ୟନ୍ତ ବିପଦ ବଢ଼ିଯାଇଥାଏ । ରକୁ ସଞ୍ଚାଳନରେ ବାଧା ସୃଷ୍ଟି କରେ ଏବଂ ହୃଦଘାତର ଆଶଙ୍କା ଅନେକ ଗୁଣ ବଢାଇ ଦିଏ |ଏହା ମଧୁମେହ, ହୃଦରୋଗ ଓ ହୃଦଘାତ, ଉଚ୍ଚରକ୍ତଚାପ, ମସ୍ତିଷ୍କଘାତ, ଫ୍ୟାଟି ଲିଭର୍, ଡିସ୍-ଲିପିଡେମିଆ, ନିଶ୍ୱାସପ୍ରଶ୍ବାସରେ, ଆଣ୍ଠୁଗଣ୍ଠି ବାତ ପ୍ରଜନନ କ୍ଷମତା ହ୍ରାସ ଆଦିର କାରଣ ହୋଇଥାଏ |ମିଶିଗନ୍ ୟୁନିଭରସିଟିର ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ରେଟ୍ ମିଟ୍ ଏବଂ ତେଲିଆ ଖାଦ୍ୟ ଯେପରିକି ବର୍ଗର, ସସ୍, ଭିନେଗାର ଆହାର ସମ୍ବନ୍ଧିତ ଖାଦ୍ୟ ଆମ ମୃତ୍ୟୁର କାରଣ ହୋଇପାରେ ।ରେଡ୍-ମିଟ୍ କ’ଣ: ଯେମିତିକି ନାଁରୁ ଜଣାପଡୁଛି ଏହା ନାଲି ରଙ୍ଗର ମା°ସ ହୋଇଥିବ। ଯଦି ଆମେ ମାଛ କିମ୍ବା କୁକୁଡ଼ା କିମ୍ବା ଅନ୍ୟ କୌଣସି ଚଢେଇ ମା°ସ ଦେଖିବା ତାହେଲେ ତାହା ଇଷତ୍ ଗୋଲାପୀ ରଙ୍ଗର ହୋଇଥାଏ। କିନ୍ତୁ ଯଦି ଆମେ ଛେଳି, ମେଣ୍ଢା, ଠେକୁଆ, ହରିଣ, ବାର୍ହା ଆଦି ଜୀବଙ୍କର ମା°ସକୁ ଦେଖିବା ତାହେଲେ ଏହା କୁକୁଡ଼ା ମା°ସ ଅପେକ୍ଷା ଅଧିକ ଲାଲ୍ ଦେଖାଯାଏ। ପାକଶାସ୍ତ୍ର ବା ରନ୍ଧନକଳା ଅନୁସାରେ ପ୍ରାପ୍ତବୟସ୍କ ସ୍ତନପାୟୀ ପ୍ରାଣୀଙ୍କ ଠାରୁ ମିଳୁଥିବା ମା°ସ ହେଉଛି ରେଡ୍-ମିଟ୍। ଏହା ରନ୍ଧନ ପୂର୍ବରୁ ଲାଲ୍ ଏବଂ ରନ୍ଧନ ପରେ ଗାଢ୍ ରଙ୍ଗର ଦେଖାଯାଏ। କିନ୍ତୁ ହ୍ବାଇଟ୍-ମିଟ୍ ଉଭୟ ରନ୍ଧନ ପୂର୍ବ ଏବଂ ପରେ ସେଇ ସମାନ ଶେଥାଳିଆ ଦିଶେ।  ବିଶେଷଜ୍ଞଙ୍କ ଅନୁସାରେ ସବୁ ପ୍ରକାର ରେଡ୍-ମିଟକୁ ନେଇ ଗୋଟିଏ ସାଧାରଣ ବା general nutritional facts ବିଷୟରେ ଆମେ ଜାଣିବା।

କ୍ୟାଲୋରି: ପ୍ରତି ୧୦୦ଗ୍ରାମ୍ ରେଡ୍-ମିଟରୁ ୨୫୦ -୨୮୮ କ୍ୟାଲୋରି ମିଳିଥାଏ। (ଚିକେନ୍ ଏବଂ ଅନ୍ୟାନ୍ୟ ହ୍ବାଇଟ୍-ମିଟ୍ ରୁ ୧୧୦- ୧୬୬ ପର୍ଯ୍ୟନ୍ତ କ୍ୟାଲୋରି ମିଳିଥାଏ)

ପୁଷ୍ଟିସାର (ପ୍ରୋଟିନ୍): ପ୍ରତି ୧୦୦ଗ୍ରାମ୍ ରେଡ୍-ମିଟରେ ୨୦-୨୫ ଗ୍ରାମ ପ୍ରୋଟିନ୍ ଥାଏ। ଏଥିରେ ସମସ୍ତ ପ୍ରକାରର ଦରକାରୀ ଆମିନୋ ଏସିଡ୍ ରହିଥାଏ। (ହ୍ବାଇଟ୍-ମିଟରୁ ୨୨- ୩୪ ଗ୍ରାମ୍ ପ୍ରୋଟିନ୍ ମିଳେ)

ଲୌହସାର (ଆଇରନ୍): ରେଡ୍-ମିଟ୍ ଲୌହସାରର ଗୋଟିଏ ଉତ୍ତମ ସ୍ରୋତ। ଏଥିରେ ଥିବା ଲୌହସାରକୁ ବୃକ୍ଷଜାତ ଦ୍ରବ୍ଯରେ ଥିବା ଲୌହସାର (non-heme iron) ଅପେକ୍ଷା ଶରୀର ସହଜ ଭାବରେ ଗ୍ରହଣ କରିପାରେ।

ଭିଟାମିନ୍ B1, B2, B3, B12, ଜିଙ୍କ୍ ଏବଂ ସେଲେନିୟମ୍ ମଧ୍ୟ ମିଳିଥାଏ।

Leave A Reply

Your email address will not be published.

19 − twelve =