ଇ-କେଓ୍ବାଇସି ବେଳେ ଧରାପଡିଲା ସତ, ବଡ଼ବଡ଼ିଆଙ୍କ ପାଖରେ ରାସନ କାର୍ଡ

ଭୁବନେଶ୍ୱର(ରାଜ୍ୟକାହାଣୀ)  ଗରିବ କଲ୍ୟାଣ ଯୋଜନା ନାଁ କେନ୍ଦ୍ର ସରକାର ଯୋଗାଇ ଆସୁଛନ୍ତି ମାଗଣା ରାସନ୍ । ହେଲେ ସରକାରୀ ଚାକିରୀରେ ଥାଇ ମଧ୍ୟ ଏହାର ଲାଭ ଉଠାଉଛନ୍ତି କିଛି ଲୋଭୀ ସରକାରୀ ବାବୁ । ବର୍ତ୍ତମାନ ରାଜ୍ୟରେ ରାସନ କାର୍ଡରେ ଇ-କେୱାଇସି ଜଡିତ ହେଉଥିବା ବେଳେ ଏଭଳି କିଛି ତଥ୍ୟ ଏବେ ସାମ୍ନାକୁ ଆସିଛି । କାର୍ଡ ଫେରାଇବାକୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ତୁରନ୍ତ କାର୍ଡ ନ ଫେରାଇଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ମନ୍ତ୍ରୀ । ଯେଉଁଦିନଠାରୁ କାର୍ଡ ନେଇଛନ୍ତି ସେବେଠାରୁ ହିସାବ କରି ଟଙ୍କା ରିକୋଭରି କରାଯିବ ।ସେହିପରି ବାଲିଆପାଳରେ ରାସନ୍ ନେଉଥିବା ୧୬୫ ସରକାରୀ ଚାକିରିଆ ଏହି ଯାଞ୍ଜ ପ୍ରକ୍ରିୟା ବେଳେ ଧରାପଡିଛନ୍ତି । ଇଞ୍ଜିନିୟର୍ , ଡାକ୍ତର , ଶିକ୍ଷକ ଓ ପୋଲିସ୍ ବାବୁ ସବୁ ରାସନର ଉପଭୋକ୍ତା ସାଜିଥିଲେ । ଏମିତିକି ଏଥିରୁ ଓଏଏସ ଅଫିସର ମଧ୍ୟ ବାଦ୍ ପଡିନଥିବା ସୂଚନା ରହିଛି ।

Leave A Reply

Your email address will not be published.

14 − fourteen =