କଟକ(ରାଜ୍ୟକାହାଣୀ) ଆସନ୍ତା ମାସ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ ବନାମ ଇଂଲଣ୍ତ ଦିନିକିଆ କ୍ରିକେଟ ମ୍ୟାଚ୍ । ଏହି ବହୁ ପ୍ରତିକ୍ଷିତ ମ୍ୟାଚ ପାଇଁ ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଟିକେଟ ବିକ୍ରି କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଓସିଏ । ତେବେ ଦୁଇ ବର୍ଷର ବ୍ୟବଧାନ ପରେ ବାରବାଟୀରେ ବାଜିବ ଯୁଦ୍ଧଭେରୀ । ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଏହି ମ୍ୟାଚ ପାଇଁ ହାତରେ କମ ସମୟ ବାକି ଥିବାବେଳେ ମ୍ୟାଚ୍ ପ୍ରସ୍ତୁତି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସେପଟେ ଷ୍ଟାଡିୟମର ବାହାର ପାର୍ଶ୍ବ ସହିତ ଖେଳାଳିଙ୍କ ଡ୍ରେସିଂ ରୁମ, ମ୍ୟାଚ ରେଫ୍ରିଙ୍କ ପ୍ରକୋଷ୍ଠ, ପ୍ରେସ ବକ୍ସ, ଏସି ବକ୍ସ ଓ କର୍ପୋରେଟ ବକ୍ସଗୁଡ଼ିକରେ ଆବଶ୍ୟକ ମୁତାବକ ପରିବର୍ତ୍ତିନ ମଧ୍ୟ କରାଯାଉଛି । ତେବେ ଅନଲାଇନ ଓ ଅଫଲାଇନ ବା କାଉଣ୍ଟରରେ କେତେ ଲେଖାଏଁ ଟିକେଟ ବିକ୍ରି କରାଯିବ, କେଉଁ ବ୍ୟାଙ୍କକୁ ଟିକେଟ ବିକ୍ରି ଦାୟିତ୍ବ ପ୍ରଦାନ କରାଯିବ ଏବଂ କେଉଁ ସଂସ୍ଥାରେ ଅନଲଇନରେ ଟିକେଟ୍ ବିକ୍ରି ହେବ ଆସନ୍ତା ଦୁଇ ଦିନ ଦିନରେ ତାହା ଧାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛି OCA।