୮ମାସର ଗର୍ଭବତୀ ଖୁଡି ସହ ନିନ୍ଦନୀୟ କାଣ୍ଡ କଲା ପୁତୁରା

ଭୁବନେଶ୍ୱର(ରାଜ୍ୟକାହାଣୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଂଚଳରେ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୮ମାସର ଗର୍ଭବତୀ ଖୁଡିକୁ ସମ୍ପର୍କୀୟ ପୁତୁରା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି ।ଏପରିକି ଗର୍ଭବତୀ ଖୁଡି ଜଣକ ପୁତୁରାକୁ ପ୍ରତିବାଦ କରିବା ସମୟରେ ଅତି ନିର୍ମମ ଭାବେ ଖୁଡିକୁ କାଠ ଫାଳିଆରେ ପିଟିବା ସହ ଗର୍ଭବତୀ ମହିଳାଙ୍କ ଶରୀରକୁ ବାରମ୍ବାର ଲାତ ଗୋଇଠା ମାରିଥିବା ମଧ୍ୟ ଅଭିଯୋଗ ହୋଇଛି ।ଶେଷରେ ଅମାନୁଷିକ ପୁତୁରା ଘୋଷାରି ଘୋଷାରି ଗର୍ଭବତୀ ଖୁଡିକୁ ନେଇ ନିଜର ଯୌନ ଲାଳସା ପୂରଣ କରିଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ତେବେ ପୀଡିତାଙ୍କ ସ୍ୱାମୀଙ୍କ କହିବା ମୁତାବକ, ସମ୍ପର୍କୀୟ ପୁତୁରା ଦ୍ୱାରା ଲହୁ ଲୁହାଣ ହେବା ପରେ ପିତ୍ନୀଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡା ମେଡିକାଲରେ ସେ ଭର୍ତି କରାଇଥିଲେ । କିନ୍ତୁ ଗର୍ଭବତୀ ଥିବାରୁ ମହିଳାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।ଘରେ କେହି ନଥିବାର ସୁଯୋଗ ନେଇ ଏଭଳି ନିନ୍ଦନୀୟ କାଣ୍ଡ ଘଟାଇଛି l ତେବେ ଏ ନେଇ ବାଲିଗୁଡା ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.

11 + five =