ଭୁବନେଶ୍ୱର(ରାଜ୍ୟକାହାଣୀ) ପ୍ରାଣୀଉଦ୍ୟାନର ୬୨ ନମ୍ବର ଖୁଆଡ଼ରେ ରହୁଥିବା ଜଳହସ୍ତୀ ଏକ ଶାବକ ଜନ୍ମ ଦେଇଛି।ସଦ୍ୟ ଜନ୍ମିତ ଶାବକର ଲିଙ୍ଗ ନିରୂପଣ ହୋଇ ନ ଥିବା ସୂଚନା ମିଳିଛି। ସାଧାରଣତଃ ଏହି ପ୍ରଜାତିର ଜଳହସ୍ତୀ ଆଫ୍ରିକା ମହାଦେଶର ନଦୀ ଓ ହ୍ରଦରେ ଦଳବଦ୍ଧ ଭାବେ ରହଥାନ୍ତି।ଏହି ନବଜାତ ଶାବକକୁ ମିଶାଇ ଏବେ ନନ୍ଦନକାନନରେ ଜଳହସ୍ତୀ ସଂଖ୍ୟା ୧୨କୁ (୬ଟି ମାଈ ଓ ୭ଟି ଅଣ୍ଡିରା) ବୃଦ୍ଧିପାଇଛି।ମା’ ଓ ଛୁଆ ସୁସ୍ଥ ଥିବାବେଳେ ଜଳାଶୟରେ ବିଚରଣ କରୁଥିବା ଜଣାପଡ଼ିଛି।