ଭୁବନେଶ୍ୱର(ରାଜ୍ୟକାହାଣୀ) ଚଳିତ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ । ଚତୁର୍ଥ ପର୍ୟ୍ୟାୟ ଟଙ୍କା ମିଳିବା ପରେ ମଧ୍ୟ କେୱାଇସି ଅପଡେଟ କଲେ କିମ୍ଭା ଅପ୍ଟ ଇନ କଲେ ଯୋଜନାରେ ସାମିଲ ହୋଇ ପାରିବେ ହହିତାଧିକାରୀ। ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗତ କିଛି ଦିନ ଭିତରେ ୩୧ ହଜାର ମହିଳା ଅପ୍ଟ ଆଉଟ୍ ହୋଇଥିଲେ । ସେଥିରୁ ପୁଣି ୧୭ ହଜାର ମହିଳା ମିଶିଛନ୍ତି । ବାକି ୧୪ ହଜାର ମହିଳା ଅପ୍ଟ ଇନ୍ ନ କରିପାରନ୍ତି । ବୋଧହୁଏ ସେମାନେ ଆୟକର ବର୍ଗର ହୋଇଥାଇ ପାରନ୍ତି । ତେଣୁ ଅପ୍ଟ ଇନ୍ କରିନାହାଁନ୍ତି । ସେହିପରି ୨ ଲକ୍ଷରୁ ଊର୍ଦ୍ଧ୍ବ ମହିଳା କେୱାଇସି ଅପ୍ଡେଟ୍ କରିନାହାନ୍ତି । ତେଣୁ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ କେୱାଇସି ଅପ୍ଡେଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଭାତୀ ପରିଡା ।