ଭୁବନେଶ୍ୱର(ରାଜ୍ୟକାହାଣୀ) ବଢିଲା ଦିବଂଗତ ବିଜେଡି ନେତା ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଅଡୁଆ । ସକାଳୁ ସକାଳୁ ତାଙ୍କ ଘରେ ପଶିଛି ଆୟକର ବିଭାଗ । ଆୟକର ଫାଙ୍କିବା ଅଭିଯୋଗରେ ଆଇଟି ରେଡ୍ କରାଯାଉଛି । ତାଙ୍କ ଉପରେ କେତେ ଟଙ୍କାର ବକେୟା ଟିକସ୍ ରହିଛି , କେବଳ ସମ୍ବଲପୁର କି ଅନ୍ୟ କେଉଁ ଠିକଣାରେ ରେଡ ଚାଲିଛି ସେସବୁ ଏଯାଏଁ ଜଣାପଡିନାହିଁ । ତେବେ ୧୦ଟି ଗାଡିରେ ଆୟକର ବିଭାଗର ଅଧିକାରୀମାନେ ଆସି ସକାଳ ୬ଟାରୁ ବ୍ରଜଙ୍କ ସମ୍ବଲପୁର ଘରେ ଯାଞ୍ଚ କରୁଥିବା ଜଣାପଡିଛି। ସୂଚନା ଥାଉକି, ସ୍ୱର୍ଗତ ନେତା ନବ ଦାସଙ୍କ ଭାଇ ବ୍ରଜକିଶୋଦ ରାସ ଜଣେ ସୁପର କ୍ଲାସ କଣ୍ଟ୍ରାକ୍ଟର । ଦୀର୍ଘଦିନ ଧରି ସେ ଆୟକର ଫାକିବା ନେଇ ଅଭିଯୋଗ ହେଉଥିଲା । ଏହି ଅଭିଯୋଗରେ ଚଢାଉ ହୋଇଥିବା ଅନୁମାନ ।ରାଜ୍ୟର ୨୦ଟି ସ୍ଥାନରେ ଆୟକର ବିଭାଗର ଚଢ଼ାଉ ଚାଲିଛି ।