ଭୁବନେଶ୍ୱର(ରାଜ୍ୟକାହାଣୀ) କୋଣାର୍କ ବେଳାମାର୍ଗସ୍ଥିତ ରାମଚଣ୍ଡୀ ଥାନାର ଜଣେ ମହିଳା କନେଷ୍ଟବଳ ନିଜକୁ ଅସୁରକ୍ଷିତ ମନେ କରି ଏସ୍ପିଙ୍କୁ ନ୍ୟାୟ ପାଇଁ ଲିଖିତ ଭାବେ ନିବେଦନ କରିଛନ୍ତି । ମହିଳା କନେଷ୍ଟେବଲଙ୍କୁ ରାତି ଅଧରେ ଆଇଆଇସି ପ୍ରେମ ନିବେଦନ କରିବା ଘଟଣା ସାମ୍ନାକୁ ଆସିଛି । ମହିଳା କନଷ୍ଟେବଲ ଏବଂ ଆଇଆଇସି ଉଭୟ ପୁରୀ ରାମଚଣ୍ଡୀ ଥାନାରେ ଚାକିରି କରନ୍ତି ।ବିଳମ୍ବିତ ରାତିରେ ସୁରେଶ କନଷ୍ଟେବଲଙ୍କ ଘରେ ପହଞ୍ଚିଥିଲେ । ଘରପଛପଟ କବାଟ ବାଡ଼େଇ ତାଙ୍କୁ ଡାକିଥିଲେ । କନଷ୍ଟେବଲ ଜଣକ ଭୟରେ କବାଟ ଖୋଲି ନ ଥିଲେ । ହେଲେ ଆଇଆଇସି ବାହାର ପାଖରେ ରହି ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ । ଏହାସହ ତାଙ୍କୁ ନିରାଶ ନ କରିବା ପାଇଁ ମଧ୍ୟ କହିଥିଲେ । ତେବେ ମହିଳା କନଷ୍ଟେବଳ ଭୟଭିତ ହୋଇ କନଷ୍ଟେବଳ ବିଦ୍ୟାଧର ଟୁଡୁଙ୍କୁ ଫୋନ୍ ଯୋଗେ ଏକଥା ଜଣାଇଥିଲେ । ସାରା ରାତି କାନ୍ଦି ଅନିଦ୍ରାରେ ଭୟଭୀତ ଅବସ୍ଥାରେ ରହିଥିଲେ । ପୂର୍ବରୁ ଥରେ ଏଭଳି କରିଥିଲେ ।ପୁରୀ ଜିଲ୍ଲା ହାବିଲଦାର ସିପାହୀ କନଷ୍ଟେବଲ ମହାସଂଘ ସଭାପତି ସନ୍ତୋଷ ମହାନ୍ତି ଏ ସମ୍ପର୍କରେ ଅବଗତ ଅଛନ୍ତି । ଅନ୍ୟପଟେ ଅଭିଯୋଗ ଫେରାଇ ନେବା ଲାଗି ମହିଳାଙ୍କ ଉପରେ ଚାପ ପକାଯାଉଥିବା ଜଣାପଡ଼ିଛି । ଏହି ଅଭିଯୋଗ ପାଇବା ପରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଘଟଣାର ତଦନ୍ତ ଲାଗି ପଠାଇଥିବା ଏସ୍ପି ବିନୀତି ଅଗ୍ରୱାଲ୍ କହିଛନ୍ତ |