ଭୁବନେଶ୍ୱର(ରାଜ୍ୟକାହାଣୀ) ମୋ ସ୍ୱାମୀ ସରୋଜ ସାହୁ। ତାଙ୍କ ଦେହ ଖରାପ ଅଛି। ମୁଁ ତାଙ୍କର ଦେଖାଶୁଣା କରିବି। ତେଣୁ ମତେ ଜାମିନ ମିଳୁ। କିଛି ଏହିଭଳି ଲେଖି ଅନ୍ତରୀଣ ଜାମିନ ପାଇଁ ହଂସିତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଛି ଓ ଅତିରିକ୍ତ ଜିଲ୍ଲା ଦୌରାଜଜ ୨ କୋର୍ଟରେ ଏହିଭଳି ଆବେଦନ କରିଛନ୍ତି ହଂସିତାଙ୍କ ଓକିଲ ଓ ତେବେ ଏନେଇ ସରକାରୀ ଓକିଲ ମଧ୍ୟ ଅବଜେକ୍ସନ୍ ଫାଇଲ କରିଛନ୍ତି ଓ ଏନେଇ ୧୮ ତାରିଖକୁ ଶୁଣାଣି ରଖିଛନ୍ତି ମାନ୍ୟବର କୋର୍ଟ |ସୂଚନାଯୋଗ୍ୟ, ବିଭିନ୍ନ ଲୋକଙ୍କୁ ଠକେଇ ଅଭିଯୋଗରେ କମିସନରେଟ୍ ପୁଲିସ ହଂସିତା ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଥିଲେ । ହଂସିତା ଗିରଫ ପରେ ଅନେକ ଗୁମର ଖୋଲିଥିଲେ । କମିସନରେଟ୍ ପୁଲିସ ଗିରଫ କରିଥିବା ହଂସିତା ଓ ଅନିଲଙ୍କ କଳା ସାମ୍ରାଜ୍ୟର ତଦନ୍ତ ଭାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନେଇଛି।ଉଭୟଙ୍କ ସମ୍ପତ୍ତି ପରିମାଣ ଦେଖି ଆର୍ଥିକ କାରବାର ଓ କଳାଧନର ଉତ୍ସ ଖୋଜିବାକୁ ଇଡି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।