ଅଦାନୀ ଗ୍ରୁପ ଏବଂ ଭାରତୀୟ ପ୍ରତିଭୁତି ବିନିମୟ ବୋର୍ଡ(ସେବି) ବିରୋଧରେ ବିଭିନ୍ନ ତଥ୍ୟ ପ୍ରକାଶ କରି ମୋଦୀ ସରକାରକୁ ବଦନାମ କରିବାକୁ ଅପଚେଷ୍ଟା କରିଥିବା ହିଣ୍ଡେନବର୍ଗ ସଂସ୍ଥା ଶେଷରେ ବନ୍ଦ ହୋଇଛି।ନିଜ କର୍ମଚାରୀଙ୍କୁ ଏକ ମେସେଜ୍ ସେୟାର କରି ନାଥାନ କହିଛନ୍ତି, ଅନେକ ଆଲୋଚନା ବିଚାର ବିମର୍ଷ ପରେ ଏହି ନିଷ୍ପତ୍ତି ନିଆଯାଇଛି ।ତେବେ କାହିଁକି ସେ ନିଜ କମ୍ପାନୀ ବନ୍ଦ କରୁଛନ୍ତି, ଏହାର ନିର୍ଦ୍ଧିଷ୍ଟ କାରଣ ଦର୍ଶାଇ ନାହାଁନ୍ତି ହିଣ୍ଡେନବର୍ଗ ସିଇଓ । ସେ ଏହାକୁ ପୂର୍ବ ନିର୍ଦ୍ଧାରିତ ଏବଂ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛନ୍ତି। କିନ୍ତୁ ହଠାତ ଏପରି ନିଷ୍ପତ୍ତି ନେବା ପଛରେ ଅନ୍ୟ କିଛି କାରଣ ରହିଛି ବୋଲି କୁହାଯାଉଛି।ଆସନ୍ତା ୨୦ ତାରିଖରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ହିଣ୍ଡେନବର୍ଗ ସଂସ୍ଥା ବନ୍ଦ କରିବା ଲାଗି ଏହାର ପ୍ରତିଷ୍ଠାତାଙ୍କ ନିଷ୍ପତ୍ତିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜୋ ବାଇଡେନଙ୍କ ସମୟରେ ହିଣ୍ଡେନବର୍ଗ ଏକାଧିକ ଥର ଅଦାନୀ ଗ୍ରୁପ ବିରୋଧରେ ବିଭିନ୍ନ ତଥ୍ୟ ପ୍ରକାଶ କରି ଭାରତୀୟ ଶେୟାର ବଜାରକୁ ଦୋହଲାଇ ଦେଇଛି। ଏହା ପଛରେ ସଂସ୍ଥାର ବହୁ ହୀନ ଚକ୍ରାନ୍ତ ରହିଥିବା ନେଇ ଚର୍ଚ୍ଚା ହୋଇଥିଲା। ପ୍ରଥମତଃ ଶର୍ଟ ସେଲିଂ(ଶେୟାର ବଜାରରେ କୌଣସି କମ୍ପାନୀର ଶେୟାର କମ୍ ଦାମରେ କିଣି ତାହାକୁ ଅଧିକ ଦାମରେ ବିକ୍ରି କରିବା) କରୁଥିବା ହିଣ୍ଡେନବର୍ଗକୁ ଏହାଦ୍ବାରା ବ୍ୟକ୍ତିଗତ ଫାଇଦା ହେଉଥିଲା। ୨ୟରେ ହିଣ୍ଡେନବର୍ଗ ଏପରି କରି ମୋଦୀ ସରକାରକୁ ବିଶ୍ଵସ୍ତରରେ ବଦନାମ କରିବାକୁ ପ୍ରୟାସ କରିଥିବା ଆଲୋଚନା ହୋଇଥିଲା। ବାଇଡେନ ସରକାର ଭାରତ ବିରୋଧୀ ଆଭିମୁଖ୍ୟ ରଖୁଥିବାରୁ ହିଣ୍ଡେନବର୍ଗକୁ ଏପରି କରିବା ସହଜ ହୋଇଥିଲା। କିନ୍ତୁ ଭାରତର ବନ୍ଧୁ କୁହାଯାଉଥିବା ଟ୍ରମ୍ପ କ୍ଷମତାକୁ ଆସିବା ପୂର୍ବରୁ ହିଣ୍ଡେନବର୍ଗ ଏହାର ସଂସ୍ଥା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଏବେ ଚର୍ଚ୍ଚା ହେଉଛି।୨୦୧୭ ମସିହାରୁ ହିଣ୍ଡେନବର୍ଗ ରିସର୍ଚ୍ଚ ଆରମ୍ଭ ହୋଇଥିଲା। ନାଥାନ ଆହୁରି ମଧ୍ୟ ଲେଖିଛନ୍ତି, ‘ଗତ ବର୍ଷ ଶେଷ ବେଳକୁ ଯାହା ମୁଁ ମୋ ପରିବାର ଓ ସହଯୋଗୀଙ୍କ ସହ ଆଲୋଚନା କରିଥିଲି ତାହା ଏବେ କରିବାକୁ ଯାଉଛି । ମୁଁ ହିଣ୍ଡେନବର୍ଗ ରିସର୍ଚ୍ଚକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି। ପୂର୍ବ ଯୋଜନା ଅନୁସାରେ ଏବେ ଚାଲୁ ରହିଥିବା ସବୁ ରିସର୍ଚ୍ଚ ସମାପ୍ତ ହେଲେ କମ୍ପାନୀ ବନ୍ଦ ହୋଇଯିବ।’ ମୁଁ ଏ ସବୁ ବହୁତ ଖୁସିରେ ଲେଖୁଛି ବୋଲି ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ନାଥାନ ଏଣ୍ଡରର୍ସନ୍।