ଜାତୀୟ ଶିକ୍ଷା ନୀତି ୨୦୨୦ କୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ 

ଭୁବନେଶ୍ୱର(ରାଜ୍ୟକାହାଣୀ) ଜାତୀୟ ଶିକ୍ଷା ନୀତି (NEP)- ୨୦୨୦ ଲାଗୁ ପାଇଁ ଜାରି ହେଲା ବିଜ୍ଞପ୍ତି । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍‌ ପ୍ରସ୍ତୁତି ନିଷ୍ପତ୍ତି ନେଇଛନ୍ତି ସରକାର ।ତେବେ ଓଡିଶା ପାଇଁ କରିକୁଲମ୍‌ ପ୍ରସ୍ତୁତି ବେଳେ ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନିଆଯିବ। ୧୦+୨ ବଦଳରେ ହେବ ୫ +୩+୩+୪   । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି । ତେବେ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗରେ ଲାଗୁ ହୋଇସାରିଛି । ମହାପୁରୁଷଙ୍କ ଜୀବନୀ, ରାଜ୍ୟର ଐତିହ୍ୟ ସଂସ୍କୃତି ବିଷୟରେ ଜ୍ଞାନ ଆରୋହଣ କରିପାରିବେ । ସମସ୍ତ ବିଷୟକୁ ନେଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.

17 + ten =