କ୍ଷମା ମାଗିଲେ ମେଟା ସିଇଓ ମାର୍କ ଜୁକରବର୍ଗ । ଜାଣନ୍ତୁ କାହିଁକି ?

ଶେଷରେ କ୍ଷମା ମାଗିଲା ମେଟା । ଭାରତ ଉପରେ ମାର୍କ ଜୁକରବର୍ଗଙ୍କ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରଯାଇଛି । ଏହି ସୂଚନା ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଆଇଟି ଏବଂ ଯୋଗାଯୋଗ ବ୍ୟାପାର ସଂସଦୀୟ କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ ଦେଇଛନ୍ତି।ମଙ୍ଗଳବାର ଦିନ କହିଥିଲେ ଯେ ମାର୍କ ଜୁକରବର୍ଗଙ୍କ ମନ୍ତବ୍ୟ ଉପରେ ଏକ ସଂସଦୀୟ କମିଟି ମେଟାକୁ ସମନ କରିବ ।ନିଶିକାନ୍ତ ଦୁବେ X ରେ ପୋଷ୍ଟ କରି ଲେଖିଛନ୍ତି, ‘ଭାରତୀୟ ସଂସଦ ଏବଂ ସରକାରଙ୍କ ଉପରେ ୧୪୦ କୋଟି ଲୋକଙ୍କ ଆଶୀର୍ବାଦ ଏବଂ ସାର୍ବଜନୀନ ବିଶ୍ୱାସ ରହିଛି ।’ ମେଟା ଭାରତୀୟ ଅଧିକାରୀ ଶେଷରେ ତାଙ୍କ ଭୁଲ ପାଇଁ କ୍ଷମା ମାଗିଛନ୍ତି । ସୂଚନାମୁତାବକ ମାର୍କ ଜୁକରବର୍ଗ କହିଥିଲେ କି ମହାମାରୀ କୋଭିଡ ପରିଚାଳାନରେ ଫେଲ  ହୋଇଥିବାରୁ ଏଥରକ ନିର୍ବାଚନରେ ମୋଦୀ ସରକାରଙ୍କୁ ବିଶେଷ ସଫଳତା ମିଳିପାରିନି । ଭୋଟରଙ୍କ ଆସ୍ଥା ଓ ବିଶ୍ବାସ ହରାଇଛି ଦଳ । ଏଥିସହ ସେ ଅନ୍ୟ କିଛି ରାଷ୍ଟ୍ରର ନିର୍ବାଚନ ଉଦହାରଣ ମଧ୍ୟ ଦେଇଥିଲେ । ତେବେ ଏହାକୁ ସହଜରେ ହଜମ କରିପାରିନି ଭାରତ । ବୟାନ ଉପରେ ସ୍ପଷ୍ଟିକରଣ ରଖିବା ସହ କ୍ଷମା ମାଗିବାକୁ ଭାରତୀୟ ସଂସଦୀୟ ସମିତି ସମନ ପଠାଇଥିଲା  । ତେବେ ସେ କ୍ଷମା ମାଗିବା ସହିତ ସେ ଲେଖିଛନ୍ତି, ‘ଏହି ବିଜୟ ଭାରତର ସାଧାରଣ ନାଗରିକଙ୍କର । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରି, ଲୋକମାନେ ବିଶ୍ୱକୁ ଦେଶର ସବୁଠାରୁ ଶକ୍ତିଶାଳୀ ନେତୃତ୍ୱ ସହିତ ପରିଚିତ କରାଇଛନ୍ତି ।’ ଏବେ ଏହି ପ୍ରସଙ୍ଗରେ ଆମ କମିଟିର ଦାୟିତ୍ୱ ଶେଷ ହେଉଛି । ଆମେ ଭବିଷ୍ୟତରେ ଏହି ସାମାଜିକ ମଞ୍ଚଗୁଡ଼ିକୁ ଅନ୍ୟ ପ୍ରସଙ୍ଗରେ ଡାକିବୁ, କ୍ଷମା ସେହି ସାପକୁ ସୁହାଏ ଯାହା ପାଖରେ ବିଷ ଥାଏ ।

Leave A Reply

Your email address will not be published.

seventeen + four =