ଡିଜିଟାଲ ଲକର ବ୍ୟବସ୍ଥା ଆରମ୍ଭ କଲା ମାଧ୍ୟମିକ ଶିକ୍ଷା ପରିଷଦ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ଡିଜିଟାଲ ଲକର ବ୍ୟବସ୍ଥା ଆରମ୍ଭ କଲା ମାଧ୍ୟମିକ ଶିକ୍ଷା ପରିଷଦ । ଏନେଇ  ସୂଚନା ଦେଲେ ବିଏସଇ  ଉପସଭାପତି  ନିହାର ରଂଜନ ମହାନ୍ତି । ବୋର୍ଡରୁ  ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଇବାକୁ ବ୍ୟବହାର ହେବ ।  ୧୮୩ ଟି ସେଣ୍ଟରକୁ ଯିବାକୁ ଥିବା ପ୍ରଶ୍ନପତ୍ର ବାକ୍ସରେ  ଲାଗିବ ଡିଜିଟାଲ ଲକର ।ଆସନ୍ତା ୧୭ ତାରିଖରେ ହେବାକୁ ଥିବା ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ପ୍ରଥମ ଥର ପାଇଁ ବ୍ୟବହାର କରାଯିବ ।ଅନ୍ୟପଟେ ଚଳିତ ବର୍ଷଠାରୁ ମାଟ୍ରିକ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ । ସେଲ୍ଫ ଡିସପ୍ଲେ ୱାଟର ମାର୍କ ଥିବା ଏହି ପ୍ରଶ୍ନପତ୍ରର କୌଣସି ପୃଷ୍ଠାର ମୋବାଇଲ କ୍ୟାମେରା କିମ୍ବା ସ୍କାନର ଜରିଆରେ ଫଟୋ ଉଠାଇଲେ ସେହି ୱାଟର ମାର୍କ ଆସିଯିବ । ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ବୋର୍ଡ ପକ୍ଷରୁ ଏପରି ବଡ଼ ବ୍ୟବସ୍ଥା ହୋଇଛି ।  

Leave A Reply

Your email address will not be published.

17 − 11 =