କଠୋର ହେଲା ବିସିସିଆଇ, ଟୁର୍ଣ୍ଣାମେଣ୍ଟ ବେଳେ ପତ୍ନୀଙ୍କୁ ନେଇ ବିଦେଶ ଗସ୍ତ ମନା

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ୧-୩ରେ ସିରିଜ ପରାସ୍ତ ହେବା ପରେ ବିସିସିଆଇ କ୍ରିକେଟର ଓ ସେମାନଙ୍କ ପରିବାର ପାଇଁ କଠୋର ନିୟମ ଜାରି କରିଛି। ନୂଆ ନିୟମ ଅନୁଯାୟୀ, ଯଦି କୌଣସି ସିରିଜ୍ ୪୫ ଦିନ କିମ୍ବା ତା’ ଠାରୁ ଅଧିକ ହେଲେ, ଏହି ସମୟରେ ପରିବାରକୁ ତାଙ୍କ ସହିତ ୧୪ଦିନ ରହିବାକୁ ସୁଯୋଗ ମିଳିବ । ଯଦି ସିରିଜ୍ ଏହା ଠାରୁ କମ୍ ହୋଇଥିବ ତେବେ ୭ ଦିନ ରହିବାକୁ ଅନୁମତି ମିଳିବ ।ପୂରା ଟୁର୍ଣ୍ଣାମେଣ୍ଟ ସରିବା ପର୍ଯ୍ୟନ୍ତ ପତ୍ନୀମାନେ ଖେଳାଳୀଙ୍କ ସହ ରହିପାରିବେନାହିଁ । ଏହା ସହ ଖେଳାଳୀଙ୍କ ପାଇଁ ଆଉ କିଛି କଠୋର ନିଷ୍ପତି ନେଇଛି ବିସିସିଆଇ । ସମସ୍ତ ଖେଳାଳୀ ଟିମ୍ ବସରେ ଯାତ୍ରା କରିବା ବାଧ୍ୟତାମୂଳକ କରାଯାଇଛି । ସେହିପରି କୋଚ ଗୌତମ ଗମ୍ଭୀରଙ୍କ ବ୍ୟକ୍ତିଗତ ମ୍ୟାନେଜରଙ୍କୁ ଭିଆଇପି ବକ୍ସ, ଖେଳାଳୀ ରହୁଥିବା ହୋଟେଲ ଏବଂ ଟିମ ବସରେ ଯିବାକୁ ମଧ୍ୟ ଅନୁମତି ମିଳିବନି । ଯଦି ଖେଳାଳୀଙ୍କ ଲଗେଜ୍ ୧୫୦ କିଲୋରୁ ଅଧିକ ଥାଏ, ତେବେ ଲଗେଜ୍ ସମ୍ପର୍କରେ ଖେଳାଳୀଙ୍କୁ ଦିଆଯାଉଥିବା ଅତିରିକ୍ତ ଶୁଳ୍କ ମଧ୍ୟ ଭରଣା କରିବ ନାହିଁ ବିସିସିଆଇ । 

Leave A Reply

Your email address will not be published.

twenty − eleven =