ଭୁବନେଶ୍ୱର(ରାଜ୍ୟକାହାଣୀ) ଖୋଲୁଛି ବଣ୍ଟି-ବବଲିଙ୍କ କଳାସାମ୍ରାଜ୍ୟ ଗୁମର । ଗାଙ୍ଗୁରାମ ଦୋକାନରୁ କୋଟିପତି ଅନିଲ । ଅନିଲଙ୍କ ଘର ୟୁନିଟ-୮ରେ। ସେ ଦୁଇ ଭାଇଙ୍କ ସହ ମିଶି ଗାଙ୍ଗୁରାମ ଦୋକାନ କରିଥିଲେ । ପରେ ଏକ ତେଜରାତି ଦୋକାନ ଖୋଲିଥିଲେ। ଏସବୁ ବ୍ୟବସାୟ ବନ୍ଦ କରି ଏକ ଖଣି କମ୍ପାନୀରେ ଚାକିରି କରିଥିଲେ।ହଂସିତାଙ୍କ ସଂସ୍ପର୍ଶରେ ଆସିବା ପରେ ସେ ଘର ଛାଡି ପଟିଆ ଅଞ୍ଚଳରେ ଥିବା ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ରହୁଥିଲେ। ମାତ୍ର ୨ ବର୍ଷ ଭିତରେ କୋଟି କୋଟି ଟଙ୍କାର ମାଲିକ ହୋଇଯାଇଥିଲେ ଅନିଲ ଓ ହଂସିତା । ଏହା ପଛରେ କିଛି ରାଜନେତାଙ୍କ ଆଶୀର୍ବାଦ ଥିବା ଚର୍ଚ୍ଚା ହେଉଛି। ତେବେ ଆଜି ମାମଲାରେ କେସ୍ ଡାଏରି ଦାଖଲ ହୋଇପାରି ନାହିଁ । କେସ୍ ଡାଏରିରେ ବିଳମ୍ବ ପାଇଁ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି। ଆସନ୍ତା ୧୬ ତାରିଖରେ ଏହାର ଶୁଣାଣି ହେବ ।
ସୋମବାର ଜାମିନ ଆବେଦନ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ତେବେ କାହିଁକି ଧାର୍ଯ୍ୟ ସମୟରେ ସିଡ଼ି ଦାଖଲ ହୋଉପରିଲାନାହିଁ ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଗୋଟିଏ ପଟେ ୧୨ରୁ ଅଧିକ ପ୍ରଭାବଶାଳୀଙ୍କୁ ଆୟକର ବିଭାଗ ସମନ ଜାରି କରିଛି । ଅନ୍ୟପଟେ କମିଶନରେଟ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିପାରେ।