ଆୟୁଷ୍ମାନ ଭାରତ ଯୋଜନା ପାଇଁ ଏମଓୟୁ ସ୍ୱାକ୍ଷର ।

ଆୟୁଷ୍ମାନ ଭାରତ ପିଏମ ଜନ ଆରୋଗ୍ୟ ଯୋଜନା ନେଇ କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର ।  ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡାଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷର ହୋଇଛି ।  ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ମଧ୍ୟ ଉପସ୍ଥିତ ରହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେବା ସହ କହିଛନ୍ତି, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଏମଓୟୁ । ୧.୩ କୋଟି ପରିବାରକୁ ଆୟୁଷ୍ମାନ ଭାରତ କାର୍ଡ ମିଳିବ । ୱାନ ନେସନ୍ ୱାନ୍ ହେଲଥ କାର୍ଡ ଯୋଜନାର ପରିସରଭୁକ୍ତ । ୩୦ ହଜାର ହସ୍ପିଟାଲ ସହ ଅନୁବନ୍ଧିତ ରହିବ । ଓଡ଼ିଶାରେ ଆୟୁଷ୍ମାନ ଲାଗୁ ହେଲେ ରାଜ୍ୟ ପ୍ରାୟ ସାଢ଼େ ତିନି କୋଟି ଲୋକ ଉପକୃତ ହେବେ। ଆୟୁଷ୍ମାନ ପିଏମ୍ ଜନ ଆରୋଗ୍ୟ ଯୋଜନାରେ ପ୍ରତି ଯୋଗ୍ୟ ପରିବାର ସ୍ବାସ୍ଥ୍ୟ ସେବାରେ ପ୍ରତିବର୍ଷ ୫ ଲକ୍ଷ ଟଙ୍କାର, କ୍ୟାସଲେସ୍ ସ୍ୱାସ୍ଥ୍ୟ ସେବା ପାଇବେ ।  ହସ୍ପିଟାଲରେ ସେକେଣ୍ଡାରୀ ଏବଂ ଟେରସିଆରୀ କେୟାର ଏହି ଯୋଜନାରେ ଅନ୍ତର୍ଭୁକ୍ତ।ଅର୍ଥାତ ଗମ୍ଭୀର ରୋଗ ସହ ଜଟିଳ ରୋଗର ଚିକିତ୍ସା ସୁବିଧା ମିଳିବ।

Leave A Reply

Your email address will not be published.

nineteen − 12 =